You are currently viewing କୁଆଁରମୁଣ୍ଡା ବ୍ଲକ ଅଧିନସ୍ତ ରାଏବୋଗା କୁ ନୂତନ ବ୍ଲକ ଗଠନ ଦାବୀ !
କୁଆଁରମୁଣ୍ଡା ବ୍ଲକ ଅଧିନସ୍ତ ରାଏବୋଗା କୁ ନୂତନ ବ୍ଲକ ଗଠନ ଦାବୀ !

ସୁନ୍ଦରଗଡ଼ ଜିଲ୍ଲାର ସର୍ବ ଭାରତୀୟ ଅଖଣ୍ଡ ଭୁୟାଁ ମହା ସମାଜର ଏକ ପ୍ରତିନିଧି ଦଳ ଓ ସଦସ୍ୟ, ଜିଲ୍ଲାପାଳ ଙ୍କୁ ଭେଟି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା କୁ ନୂତନ ବ୍ଲକ ଗଠନ ପାଇଁ ଦାବି ପତ୍ର ଆଜି ପ୍ରଦାନ କରିଛନ୍ତି. ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝାରଖଣ୍ଡ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳକୁ ଲାଗି ରହିଛି ସଲଙ୍ଗାବାହାଲ ପଞ୍ଚାୟତ , ମଝାପଡା ପଞ୍ଚାୟତ, ଦଳକି ପଞ୍ଚାୟତ, ଅଣ୍ଡାଳି ଜାମ୍ବାହଲ ପଞ୍ଚାୟତ, ରାଏବୋଗା ପଞ୍ଚାୟତ, ଅନ୍ଧାରୀ ପଞ୍ଚାୟତ, ଝୁନମୁର ପଞ୍ଚାୟତ, କାଦୋବାହାଲ ପଞ୍ଚାୟତ, ପ୍ରତାପପୁର ପଞ୍ଚାୟତ, ଜୟଡେଗା ପଞ୍ଚାୟତ! ଏହି ୧୦ ଟି ପଞ୍ଚାୟତ ରୁ କୁଆଁରମୁଣ୍ଡା ବ୍ଲକ ର ଦୂରତା ୩୫ ରୁ ୪୦ କି: ମି, ଯାତାୟାତ ସାଙ୍ଗକୁ ସମୟ ଓ ବ୍ୟୟ ସାପେକ୍ଷ, ପ୍ରତିଦିନ ନୀତି ଦିନିଆ ଅସୁବିଧା, ପଞ୍ଚାୟତ ସ୍ତରୀୟ ସଭା, ସାଧାରଣ ଅଭିଯୋଗ, ପାଇଁ କୁଆଁରମୁଣ୍ଡା ବ୍ଲକ କୁ ଯିବା ଆସିବା ବହୁ ଅସୁବିଧାର ସମ୍ମୁଖୀନ ହୋଇ ଥାଏ !

ଏଣୁ ସରକାର୍ ଙ୍କ ନୂତନ ବ୍ଲକ ଗଠନ ପ୍ରସ୍ତାବ ରେ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଠାରେ ୧୦ ଟି ପଞ୍ଚାୟତ କୁ ନେଇ ନୂତନ ବ୍ଲକ ଗଠନ କରାଗଲେ, ଏହି ସୀମାନ୍ତ ଅଞ୍ଚଳ ରେ ଥିବା ପଞ୍ଚାୟତ, ଗାଁ ଗୁଡିକ ର ଜନସାଧାରଣ ବହୁ ସୁବିଧା ପାଇବା ସହ ପ୍ରତୀଟି କ୍ଷେତ୍ର ରେ ଉପକୃତ ହୋଇ ପାରନ୍ତେ ! ଏବଂ ସୀମାନ୍ତ ଅଞ୍ଚଳ ରେ ବିକାଶ ସହଜ ରେ ପହଞ୍ଚି ପାରନ୍ତା, ରାଏବୋଗା ଅଞ୍ଚଳ ଯାତାୟାତ ଓ ଗମନା ଗମନ ସହ ଉଚିତ ଭିତ୍ତିଭୂମି ରେ ସମ୍ପୂର୍ଣ ଅଛି !

ଏଣୁ ଏହି ସୀମାନ୍ତ ଅଞ୍ଚଳ ର ଜନସାଧାରଣ ଙ୍କ ବୃହତର ସ୍ୱାର୍ଥ କୁ ଦୃଷ୍ଟି ରେ ରଖି, ଯାତାୟାତ ଓ ଗମନା ଗମନ ର ବିଶେଷ ସୁବିଧା ଥିବା ରାଏବୋଗା ରେ ନୂତନ ବ୍ଲକ ଗଠନ ପାଇଁ ବିଶେଷ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପାଦକ ରାମ ଚନ୍ଦ୍ର ଅମାତ, ପ୍ରଦୀପ ବେହେରା, ଉପ ସଭାପତି ଦେବେନ୍ଦ୍ର କୁମାର ଅମାତ, ବଶିଷ୍ଟ ଭିତିରିଆ, ପୂର୍ଣ୍ଣଚନ୍ଦ୍ର ଗୁରୁ ପ୍ରମୁଖ ଦାବି କରିଛନ୍ତି !

ବିରମିତ୍ରପୁର ରୁ ସାମ୍ବାଦିକ ଅବଦୁଲ ସୋହାଭଙ୍କ ରିପୋର୍ଟ ଆଇ ଯେ ବି ନ୍ୟୁଜ !