ଖଲ୍ଲିକୋଟ ; 28/1 ରାଜ୍ୟ ବିଜେଡ଼ି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡ଼ିମିରିଆ ଠାରେ ସ୍ଥାନୀୟ ବିଧ|ୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ପରିବାର ସମ୍ପର୍କ ଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ |ପରେ ପଦଯାତ୍ରା ଗ୍ରାମ ପରିକ୍ରମା କରି ଘରେ ଘରେ ପହଂଚି ନବୀନ ଙ୍କ ଦୀର୍ଘ 24 ବର୍ଷ ସରକାର ର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ପ୍ରତି ଘର ଆଗରେ ଶଙ୍ଖ ଚିହ୍ନ ର ଷ୍ଟିକର ଲଗାଇ ଥିଲେ |.

ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଓ ଜିଲ୍ଲା ଯୁବ ବିଜେଡ଼ି ଉପ – ସଭାପତି ବିକାଶ ପ୍ରଧାନ ବ୍ଲକ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ ଓ ଯୁବ ନେତା ଦୁର୍ଗା ଚରଣ ଗୌଡ଼ ସମେତ ପଂଚାୟତ ର ଛାମୁଆ କର୍ମୀ ମାନେ ପଦଯାତ୍ରା ରେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
