You are currently viewing ପୁରୁଷୋତ୍ତମପୁର ଏନଏସି ନଗର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ l
ପୁରୁଷୋତ୍ତମପୁର ଏନଏସି ନଗର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ l

ପୁରୁଷୋତ୍ତମପୁର ତା-୧୫/୧୧/ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼ ଓ ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକଙ୍କ ନେତୃତ୍ୱରେ ସମବାର ଦିନ ସକାଳ 10 ଘଣ୍ଟିକା ସମୟରେ କୁମ୍ବାରୀ ଗ୍ରାମ ନିକଟରୁ ଜନସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇ ସମସ୍ତ 14 ଗୋଟି ୱାର୍ଡ ରେ ଭ୍ରମଣ କରାଯାଇଛି l ଏହି ପଦଯାତ୍ରାରେ ଆସ୍କା ସାସଂଦ ପ୍ରମିଳା ବିଷୋୟୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ ଯୋଜନାକୁ ଲୋକଲୋଚନକୁ ଆଣିବା ପାଇଁ ଜନସମ୍ପର୍କ ପଦଯାତ୍ରା ଗୋଟେ ମଧ୍ୟ ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଅକ୍ଟୋବର ୨ ଠାରୁ ନବେମ୍ବର ୨ ପ୍ରଯ୍ୟନ୍ତ ଏହି ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଥାଏ କିନ୍ତୁ ଉପନିର୍ବାଚନ ଓ ବିଭିନ୍ନ ପୂଜା ପର୍ବ ଥିବାରୁ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୩ ଦିନ ଜନସମ୍ପର୍କ ପଦଯାତ୍ରା ବଢ଼ାଇଥିଲେ l ଏହାର ଆଜି ଶେଷ ଦିନ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ଏନଏସି ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ କୁମାର ମହାଙ୍କୁଡ,ଭାସ୍କର ବେହେରା, ଲିଙ୍ଗରାଜ ବେହେରା,ଗିରିଜା ବେହେରା,ଅରୁଣ କୁମାର ମହାଙ୍କୁଡ, ଭବାନୀ ଶଙ୍କର ନାହକ,ସୁଦଷ୍ଣl ବେହେରା, ସୁଜାତା ବେହେରା, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା,ପୂର୍ବତନ କାଉନସିଲର ପ୍ରେମାନନ୍ଦ ସାହୁ,ନକୁଳ ସାହୁ,ନଗର ମହିଳା ସଭାନେତ୍ରୀ ଅଞ୍ଜଳି ସାହୁ, ଆସ୍କା ସାସଂଦଙ୍କ ତାରାତାରିଣୀ ମହାବିଦ୍ୟାଳୟର ପ୍ରତିନିଧି ସିମାଞ୍ଚଳ ମିଶ୍ର, କାଉନସିଲର ପ୍ରତିନିଧି ଭାଗିରଥି ବେହେରା, ବିପ୍ର ଚରଣ ବେହେରା, ଚିଣ୍ଟୁ ମହାପାତ୍ର, କିଶୋର ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାୟକ,ସୁନୀଲ କୁମାର ବେହେରା, ରମେଶ ମହାଙ୍କୁଡ, ସୁଦାମ ଗୌଡ଼,ମିଟୁ ବେହେରା, ଉମାଶଙ୍କର ରାଓ, ୩ ଶହରୁ ଉର୍ଦ୍ଧ ବିଜେଡି କର୍ମୀମାନେ ଯୋଗଦେଇ ଜନସମ୍ପର୍କ ପଦଯାତ୍ରାକୁ ସଫଳ କରାଇଥିଲେ l