ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ପଞ୍ଚାୟତର ହାଣ୍ଡିଘର ଠାରେ ରବିବାର ଦିନ ୧ ଘଣ୍ଟା ସମୟରେ ବିଜେପି ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶ ଜାତି ପାଇଁ ପ୍ରାଣବଳୀ ଦେଇଥିବା ବୀର ଶହୀଦ ଓ ସ୍ୱାଧିନତା ସଂଗ୍ରାମୀମାନଙ୍କ ଘରକୁ ଯାଇ ବିଜେପିର କର୍ମକର୍ତ୍ତାମାନେ ସେମାନଙ୍କ ତ୍ୟାଗ ନିମନ୍ତେ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚି ସେମାନଙ୍କ ଘର ଅଗଣାରୁ ମାଟି ସଂଗ୍ରହ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ଠାରେ ନିର୍ମିତ କରାଯାଉଥିବା ଅମୃତବାଟିକାକୁ ପ୍ରେରଣ କରାଯିବ। ସ୍ୱାଧୀନତାର ଅମୃତ ମହୋତ୍ସବ ସମାପନ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ବରିଷ୍ଠ ବିଜେପି ନେତା ଅନୀଲ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବିଜେପିର ଉପସଭାପତି ଗୋଲକ ମହାପାତ୍ର ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ କସ୍ତୁରୀ ମିଶ୍ର
ଯୋଗଦେଇ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ବିଜେପି ନେତା ଅନୀଲ ପଣ୍ଡା, ଯୁବମୋର୍ଚ୍ଚା ସଂପାଦକ ଯଜ୍ଞ ନାରାୟଣ ଦାଶ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ସମେତ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
