You are currently viewing ଚିତ୍ରସେନ ବେହେରା ଓରଫ ( ଉଜ୍ୱଳ )ହେଲେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ !
ଚିତ୍ରସେନ ବେହେରା ଓରଫ ( ଉଜ୍ୱଳ )ହେଲେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ !

ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଓଡିଶା ପ୍ରେଦେଶ କଂଗ୍ରେସ କମିଟି ଆଜି 75 ଗୋଟି ବିଧାୟକ ପାର୍ଥୀ ଘୋଷଣା କରିଥିଲା ବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ତରଫରୁ ପୁରୁଷୋତ୍ତମପୁର ସହର ର ଛାତ୍ର ନେତା ତଥା , ସାମାଜିକ କର୍ମୀ ହିସାବରେ ଆଗକୁ ବଢି ଥିବା, | ସବୁ କାର୍ଯ୍ୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ କଂଗ୍ରେସପାଇଁ ବହୁତ ସଚେତନତା କାର୍ଯ୍ୟକ୍ରମ କରିଥିବା ବ୍ୟକ୍ତି ଚିତ୍ରସେନ ବେହେରା ଙ୍କୁ ଆଜି କଂଗ୍ରେସ ର ପାର୍ଥୀ ହୋଇ ଛନ୍ତି |

ସେ 2014 ମସିହାରେ ଆସ୍କା ସଂସଦୀୟ କ୍ଷେତ୍ର ତରଫରୁ ଜିଲ୍ଲା ସମ୍ପାଦକ ଓ 2016 ମସିହାରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରୁ ଜିଲ୍ଲା ସଭାପତି ରୂପେ ରହି କାର୍ଯ୍ୟ କରୁଥିଲେ | ତେବେ ଦେଶ ସ୍ୱାଧୀନ ହେବାର 76 ବର୍ଷ ପରେ ପ୍ରଥମ ଥର କରି ପୁରୁଷୋତ୍ତମପୁର ଏନଏସି ର ନନ୍ଦିକ ସାହି ୱାର୍ଡ ନଂ 4 ର ବିଶ୍ଵନାଥ ବେହେରା ଙ୍କ କନିଷ୍ଠ ପୁତ୍ର ଚିତ୍ରସେନ ବେହେରା ଓରଫ ଉଜ୍ୱଳ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ତରଫରୁ କଂଗ୍ରେସ ର ବିଧାୟକ ପାର୍ଥୀ ରୂପେ ଟିକଟ ପାଇ ଥିବାରୁ

ପୁରୁଷୋତ୍ତମପୁର ଏନଏସି ବାସି ବହୁତ ଆନନ୍ଦିତ ହୋଇ ପଡିଛନ୍ତି | ଟିକଟ ପାଇଲା ପରେ ଚିତ୍ରସେନ ଓରଫ ଉଜ୍ୱଳ ପ୍ରଥମେ ରାଜ୍ୟ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ପଟନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା, ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ ଙ୍କୁ ଧନ୍ୟବାଦ ଦେଇଛନ୍ତି |ପୁରୁଷୋତ୍ତମପୁର ଏନଏସି ସହିତ

ପୁରୁଷୋତ୍ତମପୁର ବ୍ଲକ ର ଗ୍ରାମବାସୀ ତଥା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ସେ କୃତଜ୍ଞତା ଜଣାଇବା ସହ ସେମାନଂକୁ ଅନୁରୋଧ କରି ତାଙ୍କୁ ସହଯୋଗ କରି ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧ ରେ ଲଢେଇ କରିବା ପାଇଁ ସହଯୋଗ କରି ହାତ ଚିହ୍ନ ରେ ଭୋଟ ଦେଇ ବିଜୟ କଲେ ସେ ନିର୍ବାଚନ Perfect ବହୁବିଧ ସୁବିଧା କରିବେ ବୋଲି କହିଛନ୍ତି | ଚିତ୍ରସେନ ଙ୍କୁ ଆଜି ଭୁବନେଶ୍ୱର ରୁ ପୁରୁଷୋତ୍ତମପୁର ପହଂଚିବା ପରେ କାଳୀମନ୍ଦିର ଛକ ଠାରେ କଂଗ୍ରେସ କର୍ମୀ ମାନେ ବାଣ ଫୁଟାଇ, ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ | ଓ ପରେ କାଳୀ ମାଆଙ୍କୁ ମୁଣ୍ଡିଆ ମାରି 100 ଗୋଟି ବାଇକ ରେ ନଗର ଭ୍ରମଣ କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ