କଟକ ତା 19/11 କଟକ ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୬ତମ ଜୟନ୍ତୀ କଟକ ସଦର ବ୍ଲକ୍ ଅନ୍ତର୍ଗତ ପରମହଂସ ଠାରେ ପାଳିତ ହୋଇଯାଇଅଛି। କଟକ ସଦର ବ୍ଲକ୍ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମକର୍ତ୍ତାମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ପରମହଂସ ପଞ୍ଚାୟତ କଂଗ୍ରେସ ସଭାନେତ୍ରୀ ବେବିନା ସାହୁ, କଟକ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ପ୍ରଭାତ କୁମାର ଖଟୁଆ,ନାଜମେର ହୁସେନ ଖାଁ, ଋଷି କାଣ୍ଡି, ବ୍ରହ୍ମାନନ୍ଦ ରାଉତ, ଶଙ୍କର ପଟ୍ଟନାୟକ, ଦିଲିପ କୁମାର ସାମଲ, ରଞ୍ଜନ ନାୟକ,ମନା ଖାଁ, ଗୋଲାପ ଭୋଇ,ସସ୍କିତା ଭୋଇ,ଗୁରିଆ ଭୋଇ, ଶୁକଦେବ ଭୋଇ, ବଳରାମ ଦାସ,କାଲା ଖାଁ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ କଂଗ୍ରେସ ନେତା ପ୍ରଦିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
