କଟକ ତା ୩/୧ କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଧୂରିଣ ରାଜନୀତିଜ୍ଞ,ଯସସ୍ବୀ ସାରସ୍ବତ ସାଧକ ଆସାମ ରାଜ୍ୟର ପୂର୍ବତନ ମହାମହିମ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୬ ତମ ଜୟନ୍ତୀ କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୈ।ଜାର ବେଣ୍ଟକାର ସ୍ଥିତ ଆନନ୍ଦାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। କଟକ ସଦର ବ୍ଲକ୍ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଶିଶିର କୁମାର ରଥ, ମନୋଜ କୁମାର ବିଶ୍ବାଳ, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଆଲୋକ ପ୍ରସାଦ ନନ୍ଦ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ନିହାର ରଞ୍ଜନ ନନ୍ଦ,ମଧୁସୂଦନ ସେନାପତି, ଦିଲିପ କୁମାର ସାମଲ,ସୁବ୍ରତ ଦାସ,ଋଷି କାଣ୍ଡି, ନାଜମେର ହୁସେନ ଖାଁ, ବଟକୃଷ୍ଣ ପତି, ପ୍ରଭାତ କୁମାର ଖଟୁଆ, ପ୍ରଦିପ କୁମାର ସାହୁ,ନରେନ୍ଦ୍ର ନାଥ ମଲ୍ଲିକ, ରାକେଶ କୁମାର ପତି,ବିଜୟ ଦାସ,ଜଗନ ସାହୁ, ରଞ୍ଜନ କୁମାର ନାୟକ, କାବୁଲା ଭୋଇ ଓ ଶଙ୍କର ପଟ୍ଟନାୟକ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଅବିସ୍ମରଣୀୟ ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୈ। ଧୁରୀ ଙ୍କ ପଷରୁ ଆନନ୍ଦାଳୟ ର ଅନ୍ତେବାସୀ ମାନଙ୍କୁ ବିସ୍କୁଟ ଓ ମିଠା ବଣ୍ଟନ କରାଯାଇଥିଲା। ଶେଷରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
