You are currently viewing ଖଲ୍ଲିକୋଟ ନିର୍ବାଚନ ବିଜେଡି ଟିକଟ କାହାକୁ ମିଳିବ, ନା ମିଳିବନି ସନ୍ଦେହ ରେ ପାର୍ଥୀ,(ନାମାଙ୍କନପତ୍ର ଦାଖଲ କୁ ଅଛି ଆଉ ତିନିଦିନ,ବିଜେପି ପାର୍ଥୀଙ୍କ ପଲ୍ଲା ଭାରି )
ଖଲ୍ଲିକୋଟ ନିର୍ବାଚନ ବିଜେଡି ଟିକଟ କାହାକୁ ମିଳିବ, ନା ମିଳିବନି ସନ୍ଦେହ ରେ ପାର୍ଥୀ,(ନାମାଙ୍କନପତ୍ର ଦାଖଲ କୁ ଅଛି ଆଉ ତିନିଦିନ,ବିଜେପି ପାର୍ଥୀଙ୍କ ପଲ୍ଲା ଭାରି )

ଖଲ୍ଲିକୋଟ ନିର୍ବାଚନ ବିଧାନ ସଭା ବିଜେଡି ପାର୍ଥୀ ଟିକଟ କାହାକୁ ମିଳିବ ସେଥିପାଇଁ ଦୁଈ ଗୋଟି ବ୍ଲକ ର ଚାହା ଖଟିରେ ଚର୍ଚ୍ଚା ଯୋର ଧରିଛି | ଏହା ପୂର୍ବରୁ ପୂର୍ବତନ ବିଧୟିକା ପାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ଙ୍କୁ ଟିକଟ ମିଳିବା ଘୋଷଣା ହୋଇ ଥିଲା ବେଳେ ତାଙ୍କୁ ମଧ୍ୟ ଟିକଟ ଡିଆ ଯାଇନାହିଁ | ବାରମ୍ବାର ତାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର କୁ ଡକାଯାଇ ନିରାଶ କରୁଥିବାର ତାଙ୍କର ସମର୍ଥକ ମାନେ ପାନ ଦୋକାନ ଠାରୁ ଆରମ୍ଭ କରି ଚାହା ଖଟିରେ ଏହା ଉପରେ ଆଲୋଚନା କରୁଛନ୍ତି | ତେବେ ତାଙ୍କ ବିରୋଧୀ ଗୋଷ୍ଟିଙ୍କୁ ମଧ୍ୟ ଭୁବନେଶ୍ୱର କୁ ଡ଼ାକି ନିରାଶ ଓ ଅପମାନିତ କରୁଥିବାର ସେମାନଙ୍କ ଲୋକମାନେ ମଧ୍ୟ କହୁଛନ୍ତି! ତେବେ ଏହି ନିର୍ବାଚନ ରୁ ବିଜେଡି କାହାକୁ ଟିକଟ ଦେବନାହିଁ ବୋଲି ମନସ୍ତ କରିଛି ନା ତାଙ୍କର ଅନ୍ୟକିଛି ଲକ୍ଷ ଅଛି | ତେବେ କିଛିଦିନ ତଳେ ଖଲ୍ଲିକୋଟନିର୍ବାଚନ ମଣ୍ଡଳୀର 2ଗୋଟି ବ୍ଲକର ସମସ୍ତ ସରପଞ୍ଚ , ସମିତି ସଭ୍ୟ, ସଭ୍ୟା ମାନେ ଭୁବନେଶ୍ୱର ଯାଇ ଭିକେ ପାଣ୍ଡିଆନ ଓ ମାନସ ମଙ୍ଗରାଜଙ୍କୁ ସାକ୍ଷାତ କରି ପାର୍ଥୀ ଙ୍କ ଉପରେ ଜଣେ, ଜଣେ ଏକାକୀ ନିଜ, ନିଜର ମତ ଦେଇଥିଲେ | ଯାହାଦ୍ୱାରା ବୈଦ୍ୟ ଙ୍କ ଟିକକ ମିଳିବା ଆଶା ଉଜ୍ବଳ ଥିଲା | କିନ୍ତୁ ଖଲ୍ଲିକୋଟ ରେ କିଛି ନେତା,କର୍ମୀ ତାଙ୍କୁ ବିରୋଧ କରି ପ୍ରାୟ 10 ହଜାର ଲୋକ ବିଜେପି ରେ ମିଶିଯିବାକୁ ଘୋଷଣା କରିଥିଲେ | ଏହି ଖବର ଶୁଣି ବିଜେପିର ରାଜ୍ୟ ସଭାପତି ଖଲ୍ଲିକୋଟ ଆସି ରାଣୀ ମାଙ୍କ ଗଡ଼ର ମୁଖ୍ୟ ଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିବାର କିଛି ଘଣ୍ଟା ପରେ ପୂର୍ବତନ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ପହଞ୍ଚି ରାଣୀ ମାଙ୍କ ମୁଖ୍ୟ ଙ୍କ ସହ ସାକ୍ଷାତ କରି ଏହି ଖଲ୍ଲିକୋଟ ଗଡ଼ ବିଜେଡି ର ଏବଂ ଏହାକୁ ତୁମେ ବିରୋଧୀ ଗୋଷ୍ଟିଙ୍କ ଠାରୁ ରକ୍ଷା କରିବ କହି ଭୁବନେଶ୍ୱର ଫେରିଯାଇଥିଲେ | ତା ପରଦିନ ରାଣୀଙ୍କର ମୁଖ୍ୟଙ୍କୁ ଭୁବନେଶ୍ୱର ଶଙ୍ଖ ଭବନ ରୁ ଡାକରାଆସିଥିଲା | ତେବେ ରାଣୀମାଙ୍କମୁଖ୍ୟ ନେତା ଭୁବନେଶ୍ୱର ଯାଇ ବସି, ବସି ନିରାଶ ହୋଇ ଫେରିଲେ | ଏହାଦ୍ୱାରା ଗତ କିଛିଦିନ ତଳେ ପ୍ରାୟ 2ହଜାର ନେତା କର୍ମୀ ବିଜେଡି ଦଳ ପ୍ରତି ବିତସ୍ପୃହ ହୋଇ କଞ୍ଚାଣା ଛକରେ ହୋଇଥିବା ବିଜେପିର ମିଶ୍ରଣ ପର୍ବ ରେ ମିଶିଗଲେ | ଆଉ ଯେଉଁ କିଛିଲୋକ ଅଛନ୍ତି ସେମାନେ ମଧ୍ୟ ବିଜେଡି ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ବିଜେପିରେ ମିଶିଯିବେ ବୋଲି ନିଷ୍ପତି ନେଇଗଲେଣି | ଏପଟେ ନାମାଙ୍କନ ଦାଖଲ କୁ ଆଉ ତିନି ଦିନ ରହିଲା ବେଳେ ଯାହାକୁ ବି ବିଜେଡି ର ଟିକଟ ମିଳିବ ସେ କମ ଦିନରେ ଲୋକଙ୍କ ସହ କିପରି ଯୋଗା ଯୋଗ କରିବେ ଏବଂ ଦୁଈ ଗୋଟି ବ୍ଲକର 44 ପଞ୍ଚାୟତ କେବେ ବୁଲିବେ ଏବଂ ନେତା କର୍ମୀଙ୍କୁ କଣ କହି ସାନ୍ତ୍ୱନା ଦେଇ ଭୋଟ ମାଗିବେ ତାହା ହିଁ ସବୁଠାରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି | ଲୋକେ କହୁଛନ୍ତି ଦୁଈ ଗୋଷ୍ଠି ଙ୍କ ବିବାଦ ମଧ୍ୟରେ ତୃତୀୟ ପକ୍ଷ ଲାଭ ଉଠାଇବ | ଦଳ ଯଦି କାହା ଉପରେ ଭରସା କରି ପାରୁନି ତେବେ ସେହି ନିର୍ବାଚନ ମଣ୍ଡଳୀ ରେ ଟିକଟ ନ ଦେଇ ଖାଲି ରଖିଦେଉ ବୋଲି ଖଟିରେ ଏହା ଉପରେ ଜନ ଜନ ସାଧାରଣ ମତଦେଉଛନ୍ତି | ଏହା ଇତିହାସ ରେ ମଧ୍ୟଏକ ସ୍ମୃତି ହୋଇ ରହିବ | 147 ବିଧାନ ସଭା ରୁ ଗୋଟିଏ ରେ କୌଣସି କାରଣ ଯୋଗୁଁ ଦଳ ପାର୍ଥୀ ଦେଲା ନାହିଁ | ଏହାଦ୍ୱାରା ବିଜେଡି ଦଳ ଉପରୁ ବିଧାନ ସଭା ମଣ୍ଡଳୀର ଲୋକଙ୍କ ଆସ୍ତା, ଭରଷା, ଓ ବିଶ୍ୱାସ ତୁଟି ଯାଉଛି | ଏବଂ ସେମାନେ ଅନ୍ୟ ଦଳ ପ୍ରତି ଆକର୍ଷିତ ହେଉଛନ୍ତି | ତେବେ ଦେଖାଯାଉ କାହାକୁ କେବେ ଟିକଟ ମିଳୁଛି ଓ ସେହି ପାର୍ଥୀ ତାଙ୍କର ବିରୋଧୀ ପାର୍ଥୀ ଙ୍କ ଠାରୁ କେତେ ଭୋଟ ରେ ବିଜୟୀ ହେଉଛନ୍ତି, ଦେଖିବାକୁ ରହିଲା ବୋଲି ଲୋକ ମାନେ ସବୁ ସ୍ଥାନ ରେ କଥା ହେଉଛନ୍ତି |

ରିପୋର୍ଟ ପ୍ରସନ୍ନ କୁମାର ଦାସ