You are currently viewing କଂଗ୍ରସରେ ଯୁବନେତା କୁଲୁ ଭୁୟାଁ
କଂଗ୍ରସରେ ଯୁବନେତା କୁଲୁ ଭୁୟାଁ

ଭଞ୍ଜନଗର,୬/୬: ଶୁକ୍ରବାର ଭଞ୍ଜନଗର ରାଜନୀତି ରେ ଦେଖିବାକୁ ମିଳିଛି ବଡ ହଟଚମଟ।ପୁର୍ବତନ ଭଞ୍ଜନଗର ବ୍ଲକ ବିଜଦ ଯୁବ ସଭାପତି ତଥା ଅଞ୍ଚଳର ଯୁବ ସମାଜସେବୀ କୁଲୁ ଭୁୟାଁଙ୍କ ସମେତ ଶତାଧିକ ସମର୍ଥକ ଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ହିଞ୍ଜିଳିକାଟୁରେ ଆୟୋଜିତ ସମ୍ବିଧାନ ବଞ୍ଚାଓ ସମାବେଶ ରେ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତ ଙ୍କୁ କଂଗ୍ରେସ ଦଳକୁ ସ୍ବାଗତ କରିଛନ୍ତି।କୁଲୁଙ୍କ ସମେତ ଭଞ୍ଜନଗର ବ୍ଲକ ଯୁବ ବିଜଦ ସଭାପତି ରବିନ୍ଦ୍ର ପ୍ରଧାନ ଓ ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଏବଂ ବିଜଦ କର୍ମୀ କଂଗ୍ରେସ ରେ ସାମିଲ ହୋଇଛନ୍ତି। କଂଗ୍ରେସ ରେ କୁଲୁଙ୍କ ଯୋଗଦାନ ପରେ ଭଞ୍ଜନଗର କଂଗ୍ରେସ ଶକ୍ତିଶାଳୀ ହେବ ବୋଲି କଂଗ୍ରେସ କର୍ମୀ ଆଶା କରିଛନ୍ତି।ମିଶ୍ରଣ ପର୍ବରେ ପିସିସି ପ୍ରଭାରୀ ଅଜୟ କୁମାର,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଦଳୀୟ ନେତା ଉପସ୍ଥିତ ଥିଲେ।