You are currently viewing 5t ଓ ଆମ ଓଡ଼ିଶା ଅଧ୍ୟକ୍ଷଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ
5t ଓ ଆମ ଓଡ଼ିଶା ଅଧ୍ୟକ୍ଷଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

ଧରାକୋଟ ,19/2/24
5t ତଥା ଆମ ଓଡିଶା ଅଧ୍ୟକ୍ଷ v k ପଣ୍ଡିଆଁନ ଙ୍କ ଆସନ୍ତା 22 ତାରିଖ ଗୁରୁବାର ଦିନ ଧରାକୋଟ ଗସ୍ତ କୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଧରାକୋଟ ରାଜବାଟୀ ପରିସରରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ଶିମାଞ୍ଚଳ ପାତ୍ର, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ଧରାକୋଟ ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର,ଉଭୟ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ବିଜୟ ପ୍ରଧାନ,ମାମିନି ପାତ୍ର, ପ୍ରତାପ ସ୍ବାଇଁ,ଟୁକୁନା ଗୌଡ଼ ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ। ଧରାକୋଟ ରେ5 t ଓ ଆମ ଓଡିଶା ଅଧ୍ୟକ୍ଷ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହା ପରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଚାଲିଥିବା ଜଗନ୍ନାଥ ମନ୍ଦିରର ଉନ୍ନୟନ କାର୍ଯ୍ୟ ଓ ଋଷିକୁଲ୍ୟା ନଦୀ ଉପରେ ନୂତନ ଭାବେ 120 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଜାନବିଲି ବ୍ୟା ରେଜ ସ୍ଥଳ ପରିଦର୍ଶନ ପରେ ଧରାକୋଟ ଠାରେ ଏକ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ5t ଅଧ୍ୟକ୍ଷ ଙ୍କ ଗସ୍ତକୁ ସଫଳ ପାଇଁ ଆଜିର ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇଥିଲା।