You are currently viewing 13 କୋଟି 67 ଲକ୍ଷ ଟଙ୍କାର ଲଙ୍ଗଳେଶ୍ୱର _ ଗୁଣ୍ଡୁରୀପଲ୍ଲୀ ରାସ୍ତା ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଖଲ୍ଲିକୋଟ ବିଧାୟିକା
13 କୋଟି 67 ଲକ୍ଷ ଟଙ୍କାର ଲଙ୍ଗଳେଶ୍ୱର _ ଗୁଣ୍ଡୁରୀପଲ୍ଲୀ ରାସ୍ତା ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଖଲ୍ଲିକୋଟ ବିଧାୟିକା

ଖଲ୍ଲିକୋଟ 13/3 ମଙ୍ଗଳବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଠାରୁ ଗୁଣ୍ଡୁରୀପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ |ଉକ୍ତ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ 13 କୋଟି 67ଲକ୍ଷ ଟଙ୍କା |ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ଉପାଧ୍ୟାକ୍ଷା ଶ୍ରୀମତୀ ଭାରତୀ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲେଇ, ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀ ସତ୍ୟ ନାରାୟଣ ବିଷୋୟୀ, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସନ୍ଧ୍ୟାରାଣୀ ଦଳାଇ, ସମାଜସେବୀ ଭ୍ରମର ବର ଦଳାଇ,ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ, ସମିତି ସଭ୍ୟ ପଦ୍ମ ଚରଣ ଦଳାଇ ,ବାକୁଟୁ ଗାଁ ସରପଞ୍ଚ ଗଣେଶ ସାହୁ,ସମିତି ସଭ୍ୟା ସରସ୍ବତୀ ପ୍ରଧାନ, ତେନ୍ତୁଳିଆ ପଂଚାୟତ ସରପଞ୍ଚ ପ୍ରତିନିଧି ଭିକାରି ଚରଣ ନାୟକ, ଆଇତିପୁର ସମିତି ସଭ୍ୟା ଅହଲ୍ୟା ଦଳାଇ, ପ୍ରଶାନ୍ତ ସାହୁ, ପ୍ରଭାକର ପ୍ରଧାନ ସମାଜସେବୀ ଅଶୋକ କୁମାର ତ୍ରିପାଠୀ , ଲଙ୍ଗଳେଶ୍ୱର ପୂର୍ବତନ ସରପଞ୍ଚ ଶିଶିର ବେହେରା ,ବନମାଳୀ ପ୍ରଧାନ ସମେତ ବହୁ ମହିଳା ଏସ ଏଚ ଜି ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |.

ଦୀର୍ଘ ଦିନ ହେଲା ଏହି ରାସ୍ତା ମରଣ ଯନ୍ତା ହୋଇ ପଡ଼ି ରହିବା ସହ ମରାମତୀ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ 50 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଯାତାୟତ ଅନୁପଯୋଗୀ ହୋଇ ପଡିଥିଲା |ବ୍ଲକର ଲଙ୍ଗଳେଶ୍ବର,ବାକୁଟୁ ଗାଁ ତେନ୍ତୁଳିଆପଲ୍ଲୀ, ଆଇତିପୁର, ଖୋଜାପଲ୍ଲୀ ଓ ବାଦପଲ୍ଲୀ ପ୍ରଭୃତି ସାତ ଖଣ୍ଡ ପଂଚାୟତର 40 ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଗଞ୍ଜାମ ଜିଲ୍ଲପାଳଙ୍କୁ ଭେଟି ବହୁବାର ଆପତ୍ତି ଅଭିଯୋଗ କଲାପରେ ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ ରାଜ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ଉକ୍ତ ରାସ୍ତା 13 କୋଟି 67 ଲକ୍ଷ ଟଙ୍କା ବ୍ୟୟରେ ଖର୍ଚ୍ଚ କରିବା ପାଇଁ ସ୍ଥିର ହୋଇଥିଲା |ରାସ୍ତା ନିର୍ମାଣ ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଉପକୃତ ହେବେ।
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ )