କଟକ ତା ୨୬/୧୧ କଟକ ସଦର ବ୍ଲକ୍ ଅନ୍ତର୍ଗତ ବୟାଳିଶ ମୈ।ଜ। ବେଣ୍ଟକାର ସ୍ଥିତ ଡଃ ବି ଆର ଆମ୍ଭେଦକର ପ୍ରତିମୂର୍ତ୍ତୀ ସ୍ଥଳରେ କଟକ ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି। କଟକ ସଦର ବ୍ଲକ୍ କଂଗ୍ରେସ କମିଟି ସଭାପତି ତଥା କଟକ ସଦର ଡ ବି ଆର ଆର ଆମ୍ବେଦକର ଉନ୍ନୟନ ପରିଷଦର ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉପସ୍ଥିତ କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ୍ ଡଃ ବି ଆର ଆମ୍ଭେଦକର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ସମ୍ବିଧାନ ଦିବସର ମହତ୍ଵ ଓ ବାବା ସାହେବ୍ ଙ୍କ ଅବିସ୍ମରଣୀୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ ସଭାରେ ବକ୍ତା ମାନେ ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶ ଓ ସମ୍ବିଧାନ ଶଙ୍କଟରେ ଗତି କରୁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ମତାମତ ପ୍ରଦାନ କରିଥିଲେ। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ଶଙ୍କର ଦାଶ, ମଧୁସୂଦନ ସେନାପତି, ପ୍ରଭାତ କୁମାର ଖଟୁଆ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ନିହାର ରଞ୍ଜନ ନନ୍ଦ, ଆମ୍ବେଦକର ଉନ୍ନୟନ ପରିଷଦର ସମ୍ପାଦକ ପ୍ରାଣକୃଷ୍ଣ ଭୋଇ, ସୀତାକାନ୍ତ ପଣ୍ଡା, ଦିଲିପ କୁମାର ମହାନ୍ତି, ଦିଲିପ କୁମାର ବାରିକ, ଋଷି କାଣ୍ଡି, ସୁବ୍ରତ ଦାସ, ଅନୀଲ ଦାସ, ସବିର ମହମ୍ମଦ, ନରେନ୍ଦ୍ର ନାଥ ମଲ୍ଲିକ, ଦିଲିପ କୁମାର ସାମଲ, ଉମାଶଙ୍କର କୁଆଁର, ପ୍ରଫୁଲ୍ଲ କୁମାର ସାହାଣୀ, ସଲିଳ ଭୋଇ, ଶୁକଦେବ ସାମଲ ଓ ଦିପକ କୁମାର ସାମଲ ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ପ୍ରାଣକୃଷ୍ଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
