ପାତ୍ରପୁର, ୧୭/୦୬
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ ପାତ୍ରପୁର ତରଫରୁ ସୋମବାର ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ତାଙ୍କ ବାସଭଵନରେ ପହଂଚି ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି l ଏଥିରେ ଜିଲ୍ଲା ସଙ୍ଘ ସଭାପତି ସାରଥୀ ପାତ୍ର, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାରଣା, ପାତ୍ରପୁର ବ୍ଲକ ସଭାପତି ବି ରାମରାଓ, ଉପସଭାପତି ଟୁଟୁ ପ୍ରଧାନ, ସମ୍ପାଦକ କେ ମୋହନ ରାଓ, ପ୍ରଫୁଲ୍ଲ ବେହେରା, ରଂଜିତ ପାଢ଼ୀ, ଗିରିଜା ଶଙ୍କର ନାୟକ, କେ ମିଥୁନ ସୁବୁଦ୍ଧି, ବି ଲଛମନ ରାଓ, ଲୋକନାଥ ପ୍ରଧାନ, ସଂଜୀବ ମହାପାତ୍ର, ଶିବରାମ ମହାନ୍ତି, ଅନନ୍ତ ନାୟକ,ଚିନ୍ତାମଣି ନାୟକ, କାମେଶ୍ୱର ରେଡ୍ଡୀ, ବେଣୁଗୋପାଳ ପାଢ଼ୀ, ରାମ ଗୋପାଳ ପାଢ଼ୀ, ଉର୍ମିଳା ବେହେରା, ସଂଗୀତା ପଟ୍ଟନାୟକ, ମଧୁସୂଦନ ମହାନ୍ତି, ପ୍ରମୋଦ ନାୟକ,D. ଛାତ୍ରପତି ଚୌଧୁରୀ, ଶିବାଜୀ ପ୍ରଧାନ, ରାଜୀବ ଲୋଚନ ପ୍ରଧାନ.ପ୍ରମୁଖ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ରହି ବିଧାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସନମ୍ମାନିତ କରିଥିଲେ l ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଓ ପଦୋନ୍ନତୀ ବିଷୟରେ ବିଧାୟକଙ୍କ ସହ ଆଲୋଚନା ହେବା ସହ ଏହାର ଶୀଘ୍ର ସମାଧାନ କରିବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ l
