ବିଧାନସଭା କ୍ଷେତ୍ରରେ ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରତାପ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମିଳିଛି ଅଦ୍ଭୁତପୂର୍ବ ଜନ ସମର୍ଥନ। ଶାଳିଆ ଡ୍ଯାମ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଜେପି ନେତା ପ୍ରତାପ ନାୟକ ରୋଡ୍ ସୋ କରିଥିବା ଦେଖିବାକୁ ମିଳିଛି।
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଲୋକେ ପ୍ରତ୍ଯାଖାନ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ସାରା ଦେଶ ସହ ଓଡିଶା ମଧ୍ଯ ସାମିଲ୍ ହେବାକୁ ଯାଉଛି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପିସି, ଦୁର୍ନୀତି, ଭ୍ରଷ୍ଟାଚାର ହଟାଇବାକୁ ହେଲେ ଜନସାଧାରଣ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି ଅପିଲ୍ କରିଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
