(ଯଶୋବନ୍ତ ପାଢ଼ୀ -) ବିଶାଖାପାଟଣା – ୨୯.୧୨.୨୦୨୨- ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାନ୍ଦୁକୁରୁ ସହରରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଚଳିତ ବିରୋଧୀ ଦଳ ଏବଂ ଟିଡିପି ଦଳର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସାଧାରଣ ସଭାରେ ଦଳାଚକଟା ହୋଇ ୮ ଜଣଙ୍କ ମୃତ ଘଟିଥିବା ବେଳେ, ୩୦ ରୁ ଉର୍ଦ୍ଧ ଲୋକ ଗୁରୁତର ହୋଇଛନ୍ତି ଏମାନଙ୍କ ମଧ୍ୟରେ ୭ ଜଣକ ଅବସ୍ଥା ସଂକଟାପର୍ଣ୍ଣ ରହିଛି।
ଏହି ସଭାରେ ଯୋଗଦେବା ପାଇଁ କ୍ଷମତା ଠାରୁ ଅଧିକା ହଜାର ହଜାର ଟିଡିପି କର୍ମୀ, ସମର୍ଥକ ଏବଂ ଲୋକ ଏକତ୍ରିତ ହୋଇଥିଲେ। ତେବେ ରୋଡ ସୋ ସମୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଡ୍ରେନରେ ପଡ଼ି ଓ ଦଳାଚକଟା ଯୋଗୁଁ ଏହି ଅଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ତେବେ ପୋଲିସ ପକ୍ଷରୁ କ୍ଷମତା ଠାରୁ ଅଧିକା ଲୋକ ଓ କର୍ମୀଙ୍କୁ ନେଇଁ ରୋଡ ସୋ ନ କରିବା ପାଇଁ ପୋଲିସ ସୂଚନା ଦେଇଥିଲେ ସୁଦ୍ଧା ଦଳୀୟ କର୍ମୀ ମାନେ ଅଧିକାରୁ ଅଧିକା ଲୋକଙ୍କୁ ଆଣି ସଭା ସ୍ଥଳରେ ରୁଣ୍ଡ କରିବା ଯୋଗୁଁ ଏହି ଅଘଟଣା ଘଟିଛି।

ଜଣେ ଦଳୀୟ କର୍ମୀ ଅଘଟଣ ସମ୍ପର୍କରେ ନିଜର ମୋବାଇଲ ରେ ସମସ୍ତ ଦୃଶ୍ୟ ଦେଖାଇବା ପରେ ବି ଚନ୍ଦ୍ରବାବୁ ନାଇଡୁ ନିଜର ଭାଷଣ ଜାରି ରଖିଥିଲେ ଯାହା ଦ୍ଵାରା ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।
ପୋଲିସର ବାରଣ ସତ୍ତ୍ୱେ ରାଜ୍ୟରେ ନିଜର କ୍ଷମତା ଓ ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ କରି ନିରୀହ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ କରିଛି ରୁଲିଙ୍ଗ ୱାଈଏସଆର କଂଗ୍ରେସ ଓ ସିପିଆଇ ଦଳ। ଡ୍ରୋନ କ୍ୟାମେରାରେ ନିଜର ସଭାର ଲୋକାରଣ୍ୟ ଦେଖାଇବାକୁ ଉଦ୍ୟମ କରି ଜଣେ ଦୁଇ ଦୁଇ ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ରାଜ୍ୟ ବାସୀ ମନ୍ତବ୍ୟ ଦେଇଛନ୍ତି।
ଅଘଟଣ ପରେ ପୋଲିସ ଦ୍ବାରା ବାରମ୍ବାର ବାରମ୍ବାର ହସ୍ତକ୍ଷେପ ପରେ ଚନ୍ଦ୍ରବାବୁ
ନାଇଡୁ ତାଙ୍କର ସାଧାରଣ ସଭା ଏବଂ ରୋଡ୍ ସୋକୁ ବାତିଲ କରି ସ୍ଥାନୀୟ ଅଞ୍ଚଳର ଡାକ୍ତରଖାନା ପରିଦର୍ଶନ କରି ପୀଡିତଙ୍କ ପରିବାର ସହ ମିଶିଥିଲେ ଏବଂ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଟି ଡି ପି ଦଳ ବହନ କରିବ ବୋଲି ପରାମର୍ଶ ଦେଇଥିଲେ।
