You are currently viewing ଗାନ୍ଧୀ ଗୌରବ ସମ୍ମାନ ୨୦୨୫ ପାଇଲେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଂପାଦକ ମାନବବାଦି ନାରାୟଣ ଚନ୍ଦ୍ର ମହାନ୍ତି ।
ଗାନ୍ଧୀ ଗୌରବ ସମ୍ମାନ ୨୦୨୫ ପାଇଲେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଂପାଦକ ମାନବବାଦି ନାରାୟଣ ଚନ୍ଦ୍ର ମହାନ୍ତି ।

କଟକ : କଟକ ସଦର ୪୨ ମୌଜା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ମୁଖ୍ୟ ପରାମର୍ଶ ଦାତା ଗାନ୍ଧୀବାଦି ଦୋଳ ଗୋବିନ୍ଦ ପ୍ରଧାନ, ଆନନ୍ଦ ଚନ୍ଦ୍ର ମହାନ୍ତି,ନୃସିଂହ ଚରଣ ଦାସ,ନିର୍ମଳ ଚନ୍ଦ୍ର ଦାସ,ବିଭୂତି ଭୂଷଣ ଆଚାର୍ଯ୍ୟ ୧୯୯୧ ମସିହାରେ ଗଠନ କରି କାର୍ଯ୍ୟକ୍ରମ ଚାଲୁ ରଖିଥିଲେ । ତାଙ୍କରି ଆଦର୍ଶରେ ଏପର୍ଯ୍ୟନ୍ତ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ କାର୍ଯ୍ୟ କରୁଅଛି । ପ୍ରତିଷ୍ଠାନର ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଭୁବନେଶ୍ବର ସ୍ଥିତ ବୁଦ୍ଧ ମନ୍ଦିର ନୂତନ ଗୃହରେ ଗାନ୍ଧିବାଦୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୯ ତମ ଜନ୍ମ ଜୟନ୍ତୀରେ ମୁଖ୍ୟ ଅତିଥି ପୂର୍ବତନ ବିଚାରପତି ନ୍ୟାୟ ମୂର୍ତ୍ତି ଦେବପ୍ରସାଦ ଦାସ,ସମ୍ବାଦ ଖବର କାଗଜର ପ୍ରତିଷ୍ଠାତା ମାନ୍ୟବର ସୌମ୍ୟ ରଞ୍ଜନ ପଟ୍ଟନାୟକ,ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ,ପୂର୍ବତନ ପ୍ରଶାସନିକ ଅଧିକାରୀ ଆରୋବିନ୍ଦ ବେହେରା, ଏବଂ ବରିଷ୍ଠ ସମାଜସେବୀ ପୁଷ୍ପ ରାଜ ପ୍ରାଧାନଙ୍କ ଉପସ୍ଥିତିରେ ଉଲ୍ଲେଖନୀୟ ସଫଳତା ନେଇ ଗାନ୍ଧୀ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ ।