ଚିକିଟି — ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା (ବାର୍ଷିକ ସମ୍ମିଳନୀ) ୨୦୨୬ ର ତୃତୀୟ ଦିନ ବା ଉଦଯାପନୀ ଦିବସର କିଛି କାର୍ଯ୍ୟକ୍ରମରେ ବିଳମ୍ବିତ ହେତୁ ରାତ୍ରୀରେ କାର୍ଯ୍ୟକ୍ରମ ଚାଲୁ ରହିଥିଲା। କାର୍ଯ୍ୟକ୍ରମରେ କର୍ମକର୍ତ୍ତା, ଗ୍ରାମବାସୀ ଏବଂ ସଭ୍ୟ ସଭ୍ୟା ମାନେ ସଭାପତିଙ୍କ ଉପସ୍ଥିତିରେ ସାଧାରଣ ବୈଠକ କ୍ରମାନ୍ୱୟରେ କିଛି ବଦାନ୍ୟବ୍ୟକ୍ତି ଓ କର୍ମକର୍ତ୍ତା ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ପ୍ରାୟ ୫୦ ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ କେନ୍ଦ୍ରୀୟ ପରିଷଦ ସଭାପତି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ଉକ୍ତ ସଭାରେ ପୂର୍ବରୁ ଅମିମାଂସିତ ଥିବା ପ୍ରାୟ ୯୦ ରୁ ଅଧିକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ସମାଧାନ କରାଯାଇଥିଲା। ପୁର୍ବ ନିୟମ ଅନୁଯାୟୀ ପ୍ରତ୍ୟେକ ତିନି ବର୍ଷ ପରେ ସମସ୍ତ ପଦବୀର ନୂତନ କର୍ମକର୍ତ୍ତା ଚୟନ ପକ୍ରିୟା ପ୍ରଥା ରହିଅଛି। ତାକୁ ଆଧାର କରି କେନ୍ଦ୍ର ସଭାପତି ନିର୍ଦ୍ଦେଶରେ ପ୍ରଥମ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଚୟନ ପକ୍ରୀୟା ଆରମ୍ଭ କରାଯାଇଥିଲା। ଉକ୍ତ ପଦବୀ ପାଇଁ ପ୍ରଥମେ କେନ୍ଦ୍ରୀୟ ଉପ ସଭାପତି ଶ୍ରୀ ଅଭିମନ୍ୟୁ ସାହୁ ପୂର୍ବ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ତାଙ୍କୁ ପାଣ୍ଡିରୀ ଆଞ୍ଚଳିକ ସଭାପତି ଶ୍ରୀ ଦଣ୍ଡ ସାହୁ ସମର୍ଥନ କରିଥିବା ବେଳେ ଉପସ୍ଥିତ ସମସ୍ତ ଲୋକେ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ସେଥିଯୋଗୁଁ ଶ୍ରୀ ସାହୁଙ୍କୁ ନିର୍ବାଚନ ଅଧିକାରୀ ରୂପେ ଚୟନ କରାଯାଇଥିଲା। ଉକ୍ତ ସଭାରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।ପରିଶେଷରେ ସଭାପତି ସମସ୍ତ ଅଞ୍ଚଳରୁ ଆସିଥିବା ଏବଂ ତିନି ଗ୍ରାମବାସୀଙ୍କୁ ସମାଜକୁ କିପରି ଭାବରେ ଏକତା ରଖି ସଧୃଢ଼ କରିହେବ ତା ଉପରେ ବକ୍ତବ୍ୟ ରଖିବା ସହ ଚାନ୍ଦପୁର, ଡଭାର ଓ ଦେଉଳିଆପଡା ସଭ୍ୟ ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅତି ସଫଳ ରୂପାୟନ ହୋଇଥିବା କହି ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ।
