ଚିକିଟୀ :- (ଗଦାଧର ଶୁକ୍ଳ)ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ଗଡର ଗୌରଚନ୍ଦ୍ର ମିନି ଷ୍ଟାଡିଅମ ରେ ଆଜି ବିଜେଡ଼ିର କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି Iଏହି ସମ୍ମିଳିନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ ପଣ୍ଡା ,ଛତ୍ରପୁର ବିଧାୟକ ସୁବାଶ ଚନ୍ଦ୍ର ବେହେରା ,ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ,ଆଦି ପ୍ରମୁଖ

ଯୋଗ ଦେଇଥିବା ବେଳେ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ମୁଖ୍ୟ ରୂପେ ସଭା ମଣ୍ଡନ କରିଥିଲେ Iଉକ୍ତ ସଭାରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକ କିପରି ଲୋକଙ୍କ ହିତରେ ଆସୁଛି ଆଉ ନବୀନ ସରକାର କିପରି ଲୋକଙ୍କ ନିକଟରେ ସମସ୍ତ ଯୋଜନା ପହଞ୍ଚାଉଛନ୍ତି ତାକୁ ବିଷାଦ ବ୍ୟାଖ୍ୟା କରିବାକୁ ଯାଇ ଉପସ୍ଥିତ ମାନ୍ୟଗଣ୍ୟ ଚିକିଟୀ ବିଧିଇକା ଙ୍କ ଭୂମିକା ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ଠାରେ ରହିଛି ତାହା ମଧ୍ୟ ଉପସ୍ଥାପନ କରିଛନ୍ତି Iଚଳିତ ୨୩ ବର୍ଷ ଶାସନ ମଧ୍ୟରେ ଚିକିଟୀ ରେ ସମସ୍ତ ଉନ୍ନତି ଘଟି ସାରିଛି ଏଙ୍ଗ ଆଗାମୀ ଦିନରେ ଅଧିକରୁ ଅଧିକ ଶାନ୍ତି ବଜାଇ ରହି ଲୋକଙ୍କ ଉନ୍ନତି ଘଟିବ ସେ ଉପରେ ମଧ୍ୟ ଉପସ୍ଥିତ କର୍ମୀ ମାନକୁ ଗୁରୁମନ୍ତ୍ର ପ୍ରଦାନ କରିଥିବା ମଧ୍ୟ ଦେଖିବାକୁ ମିଳିଛି Iଏହି କର୍ମୀ ସମ୍ମିଳନୀରେ ଯୋଗ ଦାନ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତି ମାନେ ନବୀନ ଓଡିଶାର ସ୍ଵପ୍ନ କର୍ମୀ ମାନକୁ ଦେଖାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାଯତର ସମସ୍ତ ଜଗନ୍ନାଥ ସଂସ୍କୃତି କୁ ଉନ୍ନତି କରିବା ସହ ପ୍ରତେକ କ କୁ ପଚାଶ ଲକ୍ଷ ଲେଖା ଅନୁଦାନ ପ୍ରଦାନ କରିବା ସକାଶେ କେବିନେଟ ରେ ମଞ୍ଜୁର କରିଛନ୍ତି ବୋଲି ମଧ୍ୟ କର୍ମୀ ମାନକ ଗହଣରେ ପ୍ରକାଶ କରିଛନ୍ତି Iଆହୁରି ମଧ୍ୟ ରାଜ୍ୟର ସ୍କୁଲ ଗୁଡିକର ରୂପାନ୍ତରି କରଣ କରିସାରିଥିବା ବେଳେ ବର୍ତମାନ ମହାବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ କରିବାର ଯୋଜନା କରିବାର ଲକ୍ଷ ରଖିଛନ୍ତି ବୋଲି ମଧ୍ୟ ପ୍ରକାଶ କରିବା ସହ ଆଗାମୀ ଦିନରେ ଅର୍ଥାତ ଚଳିତ ନିର୍ବାଚନ ବର୍ଷରେ କିପରି ଆମେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବା ସେଥି ପ୍ରତି ଲୋକଙ୍କ ପାଖକୁ ଯିବା ବୋଲି ପ୍ରକାଶ କରିବା ସହ ଚିକିଟୀ ନିର୍ବାଚନ ମଣ୍ଡଳୀରେ ଉଷା ଦେବୀଙ୍କୁ ପୁନର୍ବାର ବହୁମତ ପ୍ରଦାନ କରିବା ବୋଲି ମଧ୍ୟ ଏକ ପ୍ରକାର ନିଶ୍ଚିତ କରିଥବା କର୍ମୀ ମାନକର ଜୋଷ ବଢାଇଛନ୍ତି Iଏହି ସମ୍ମିଳନୀରେ ବ୍ରହ୍ମପୁର ମେୟର ସଙ୍ଘମିତ୍ରI ଦଲାଇ,ଚିକିଟୀ ବ୍ଲକ ଅଧକ୍ଷ ଆପନା ସେଠୀ,ଚିକିଟୀ ବ୍ଲକ ବିଜେଡି ସଭାପତି ଆରମ୍ଭ ରେଡ୍ଡୀ ,ପର୍ଜୟବେକ୍ଷକ ତୁମ୍ବନାଥ ପଣ୍ଡା,ଚିକିଟୀ ପୌରଞ୍ଚଳର ଅଧକ୍ଷ ଦୀପା କୁମାରୀ ସାହୁ,ପ୍ରମୁଖ ଯୋଗ ଦାନ କରିଥିଲେ I

