ତାଳଚେର : ( ଦିଲୀପ କୁମାର ଚୋପଦାର )
ତାଳଚେର ର ସର୍ବ ପୁରାତନ ଐତିହାସିକ ଫାଷ୍ଟ ଗେଟ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଉଦ୍ଘାଟକ ଭାବେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିଲା ବେଳେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଏହାକୁ ଲୋକାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବ ରେ ପୌରହିତ୍ୟ କରିଥିଲେ ତାଳଚେର ପୌର ପରିଷଦ ର ନଗରପାଳ ପବିତ୍ର ଭୁତିଆ ।

ଏହି ଐତିହାସିକ ରାଜା ରାଜୁଡା ଅମଳର ମୁଖ୍ୟ ପ୍ରଥମଦ୍ୱାରର ପୁନଃ ଉଦ୍ଧାର କାର୍ଯ୍ୟର ମୁଖ୍ୟ ଭୂମିକା ଲିଭାଇଥିବା ପବିତ୍ର ଭୁତିଆ ଉତ୍ସବ ରେ ସଭାପତିତ୍ୱ କରି ଏହି ଗେଟ ନିର୍ମାଣ ରେ ସହର ବାସୀ ଙ୍କ ସହଯୋଗ କୁ ପ୍ରସଂଶା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟ ଯେ ତାଳଚେର ର ଏହି ପୁରାତନ ଗେଟ ଟି ପୂର୍ବରୁ ବହୁ କଳାକୃତିରେ ନିର୍ମାଣ କରାଯାଇଥିଲା।କିନ୍ତୁ ପ୍ରାୟ ୧୫୦ ବର୍ଷ ର ଗେଟ ଟି ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥାରେ ପହଂଚି ସେଥିରୁ ପ୍ଲାଷ୍ଟର ଛାଡିବା ଆରମ୍ଭ ହୋଇଯାଇଥିଲା ।

ଏହାକୁ ସମସ୍ତ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନେ ଦେଖି ଚୁପ ଚାପ ବସି ଯାଇ ଏଥିପ୍ରତି କେହି ଧ୍ୟାନ ଦେବାକୁ ମନ ବଳାଉ ନ ଥିବାରୁ ସହର ତଥା ଆଖପାଖ ଗ୍ରାମାଞ୍ଚଳ ର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ଉପଲବ୍ଧି କରି ତାଳଚେର ପୌର ପରିଷଦ ର ନଗରପାଳ ପବିତ୍ର ଭୁତିଆ ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାଳଚେର ରାଜା ସାହେବ ରାଜେନ୍ଦ୍ର ଚନ୍ଦ୍ର ଦେବ ବିରବର ହରିଚନ୍ଦନ ଙ୍କୁ ସାକ୍ଷାତ କରି ତାଙ୍କର ଅନୁମତି ପ୍ରାପ୍ତ କରି ପୁନଉଦ୍ଧାର ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ ପୂର୍ବକ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୩/୪ମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ଦିନ ରାତି ଏକ କରିଦେଇ ଥିଲେ ନଗରପାଳ ଶ୍ରୀ ଭୁତିଆ । ତେବେ ରାଜାଙ୍କ ପରାମର୍ଶ କ୍ରମେ ପୂର୍ବ ରୁ ଥିବା ଗେଟ ର ଅବିକଳ ଚିତ୍ରକୁ ନିଖୁଣ ଭାବେ ଅକ୍ଷତ ରଖି ପୁନଃ ଉଦ୍ଧାର କାର୍ଯ୍ୟସମ୍ପନ୍ନ କରାଯାଇଥିଲା । ଏବଂ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗେଟ ର ଉପରେ ଦୁଇପାଖେ ଦୁଇଟି ୭ଫୁଟ ଉଚ୍ଚତା ବିଶିଷ୍ଟ ମୂଲ୍ୟବାନ ଘଡି କୁ ସ୍ଥାପନ କରିବା ସହିତ ଗେଟ ର ବିଭିନ୍ନ ସ୍ଥାନରେ ଓ ସମ୍ମୁଖ ରେ ଆଲୋକ ବ୍ୟବସ୍ଥା କରାଯାଇଛି । ୨୬ ଜାନୁୟାରୀ ରେ ଏହାର ଶୁଭ ଉଦ୍ଘାଟନ ହୋଇଯାଇଛି । ଫଳରେ ତାଳଚେର ବାସୀ ଏହି ପୁନଃରୁଦ୍ଧାର କାର୍ଯ୍ୟକୁ ଭୂରି ଭୂରି ପ୍ରସଂଶା କରିବା ସହିତ ନଗରପାଳ ଙ୍କ କାର୍ଯ୍ୟ କୁ ଧନ୍ୟବାଦ ଜଣାଇଛନ୍ତି ।ବିଶେଷ କରି ଏହି ଅବସରରେ ତାଳଚେର ପୌର ପରିଷଦ ର ବର୍ତମାନ ଥିବା ୨୧ଜଣ କାଉନସିଲର , ନିର୍ବାହି ଅଧିକାରୀ ବଲୟ ଦେହୁରୀ , ଦୁଇଜଣ ପୂର୍ବତନ ନଗରପାଳ କେଶବ ଭୁତିଆ ଓ ଜ୍ୟୋସ୍ନା ଦଳେଇ ଓ ୩୦ରୁ ଅଧିକ ପୂର୍ବତନ କାଉନସିଲର, ହନୁମାନ ପଡା କମିଟି ସଭାପତି ବାପୁନି ପଟ୍ଟନାୟକ ,ରାମଚନ୍ଦ୍ର ବଜାର ସଭାପତି ସୁଧୀରରିଲୁ ପଟ୍ଟନାୟକ ,କାରିଗର ପଡା କମିଟି ସଭାପତି ସୁମିତି ସାହୁ ,ଗେଟ ନିର୍ମାଣ ବେଳେ ସହଯୋଗ କରିଥିବା କିଛି ଯୁବକ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ପରେ ପରେ ବିଶିଷ୍ଟ ସଙ୍ଗୀତ ଗାୟିକା ଦୀପ୍ତିରେଖା ପାଢ଼ୀ ଙ୍କ ଦଳ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ରଙ୍ଗାରଙ୍ଗ କର୍ଯ୍ୟକ୍ରମ ୨୬ ଜାନୁୟାରୀ ସନ୍ଧ୍ୟା କୁ ଆହୁରି ରଙ୍ଗୀନ କରିଥିଲା । ଦର୍ଶକ ମହିଳା,ପୁରୁଷ ତଥା ଯୁବପିଢି ଗୀତ ,ନାଚ ର ତାଳେ ତାଳେ ଝୁମି ଉଠିଥିଲେ । ଏହାକୁ ଦେଖିବା ପାଇଁ ପ୍ରାୟ ,୫ ହଜାର ରୁ ଉର୍ଦ୍ଧ୍ବ ନିମନ୍ତ୍ରିତ ଅତିଥି ଓ ସାଧାରଣ ଲୋକଙ୍କ ସମାଗମ ହୋଇଥିଲା ।
