You are currently viewing ଖଲ୍ଲିକୋଟରେ ହାରିଲା ବିଜେଡି, ବିଜେପି ନେତା ପୂର୍ଣଚନ୍ଦ୍ର ସେଠୀ ବିଜୟୀ
ଖଲ୍ଲିକୋଟରେ ହାରିଲା ବିଜେଡି, ବିଜେପି ନେତା ପୂର୍ଣଚନ୍ଦ୍ର ସେଠୀ ବିଜୟୀ

ପୁରୁଷୋତ୍ତମପୁର, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀକୁ ବିଜେଡିର ଗଡ କୁହାଯାଉଥିବା ବେଳେ ଚଳିତ ନିର୍ବାଚନରେ କିନ୍ତୁ ଏହି ଆସନରୁ ପରାଜୟର ସ୍ଵାଦ ଚାଖିଛି ଦଳ । ଦୀର୍ଘ ୬୫ ବର୍ଷରୁ ଧରି ବିଜୁ ବାବୁଙ୍କ ଶାସନ ଅମଳରୁ ହିଁ ଏଠାରେ ବିଜେଡି ଜିତି ଆସୁଥୁଲା । କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନରେ ବିଜେପି ଏଠାରୁ ବାଜିମାତ୍ କରିଛି । ଖଲ୍ଲିକୋଟର ପୂର୍ବତନ ବିଧାୟିକା ତଥା ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ପରାଜୟ ବରଣ କରିଥିବା ବେଳେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ ହୋଇଛନ୍ତି । ଶ୍ରୀ ସେଠୀ 22 ହଜାର 930ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟୀ ହୋଇଥିବା ସୂଚନା ମିଳିଛି। ଦୀର୍ଘ ବର୍ଷ ପରେ ଦଳ କ୍ଷମତା କୁ ଫେରିଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ତେବେ ସୂର୍ଯ୍ୟମଣୀ ବୈଦ୍ୟଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳର ବିଜେଡି ନେତା ଓ କର୍ମୀ । ଦଳରେ କିଛି ନେତା ଙ୍କ ବିଶ୍ବାସଘାତକ କାର୍ଯ୍ୟ ଯୋଗୁଁ ଏଭଳି ଦଶା ଭୋଗିବାକୁ ପଡିଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି। ଏହି ଆସନରେ ବିଜେଡିରୁ ଖଲ୍ଲିକୋଟ ରାଣୀ ତଥା ଦିବଂଗତ ବିଧାୟିକା ଭି. ସୁଜ୍ଞାନୀ କୁମାର ଦେଓ ବିଜୟୀ ହୋଇ ଆସୁଥିଲେ। ଖଙ୍କ ପରେ ବର୍ତମାନର ବଜେପି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡିରୁ ଦୁଇ ଦୁଇ ଥର ବିଧାୟକ ହେବାର ସୁଯୋଗ ପାଇଥିଲେ। କିନ୍ତୁ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କ ଟିକେଟ୍ କାଟି ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ସୁଯୋଗ ଦେଇଥିଲା। ସେ ଜନତାଙ୍କ ବିପୁଳ ଜନ ସମର୍ଥନ ପାଇ 41 ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଟିକେଟ୍ ପାଇ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଖଲ୍ଲିକୋଟ ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ତାଙ୍କ ପ୍ରତିଦ୍ଵନ୍ଦୀ ଭାବେ ବିଜେଡିରୁ ପୁଣିଥରେ ଟିକେଟ୍ ପାଇଥିଲେ ସୂର୍ଯ୍ୟ ମଣୀ ବୈଦ୍ୟ । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଳକରେ ବିଜେଡି ମଜବୁତ ସ୍ଥିତିରେ ଥିଲା। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଅଧିକା ୧୫ ହଜାର ଭୋଟ ଏହି ବ୍ଲକରୁ ହିଁ ଦଳ ପାଇଥିଲା ।କିନ୍ତୁଚଳିତ ନିର୍ବାଚନରେ ବିଜେଡିର କିଛି ଆଗଧାଡିର ନେତାଙ୍କ ବିଶ୍ଵାସଘାତକ କାର୍ଯ୍ୟ ଯୋଗୁଁ ଦଳ ଏଠାରେ ନିରାଶାଜନକ ପ୍ରଦର୍ଶନ କରିଥିବାଜଣାପଡିଛି। ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ସ୍ୱାମୀ ଦୈଗରୀ ବେହେରା କୁଆଡେ ଏହି ବ୍ଲକ ର ଦଳୀୟ ନେତାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବାରୁ ତାର ସୁଯୋଗ ଦେଖି ଚଳିତ ନିର୍ବାଚନ ରେ ସେମାନେ ପ୍ରତିଶୋଧ ନେଇଥିବା କୁହାଯାଉଛି । ଦଳୀୟ ନେତାଙ୍କ ବିଶ୍ୱାସଘାତକ କାର୍ଯ୍ୟ ଯୋଗୁଁ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଥିବା ରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ନିରାଶ ହେବାର ଦେଖୁବାକୁ ମିଳିଛି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇଥିବା ପରିଲକ୍ଷିତ ହୋଇ ବାଣ ଫୁଟାଇ ଏହି ବିଜୟ ଉତ୍ସବ କୁ ପାଳନ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ