You are currently viewing <em>ଶ୍ରୀମତୀ ରତ୍ନଗର୍ଭା ସରସ୍ଵତୀ ଦେବୀ ଗଞ୍ଜାମ ବିଜେପିର ମହିଳା ସଭାନେତ୍ରୀ ଭାବେ ଦାୟିତ୍ଵ ନେଲେ</em>
ଶ୍ରୀମତୀ ରତ୍ନଗର୍ଭା ସରସ୍ଵତୀ ଦେବୀ ଗଞ୍ଜାମ ବିଜେପିର ମହିଳା ସଭାନେତ୍ରୀ ଭାବେ ଦାୟିତ୍ଵ ନେଲେ

ବ୍ରହ୍ମପୁର ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅନୁମୋଦନ କ୍ରମେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ରତ୍ନଗର୍ଭା ସରସ୍ଵତୀଙ୍କ ନାମ ଘୋଷଣା କରିଛନ୍ତି I ଏକ ସାମାନ୍ୟ ପୃଷ୍ଠଭୂମିର କାର୍ଯ୍ୟକର୍ତ୍ତାଙ୍କୁ ଏତେ ବଡ଼ ଗୁରୁ ଦାୟିତ୍ଵ ଦେଇଥିବା ଯୋଗୁଁ ପ୍ରଦେଶ ସଙ୍ଗଠନ, ଜିଲ୍ଲା ସଭାପତି ଓ ରାଜ୍ୟ ସଭାନେତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମତି ସରସ୍ଵତୀ ଦେବୀ I ମହିଳାଙ୍କ ସୁରକ୍ଷା,ଶିକ୍ଷା,ସ୍ୱାବଲମ୍ବୀ ଦିଗରେ ବିଜେପି ଗଞ୍ଜାମ ମହିଳା ମୋର୍ଚ୍ଚା ଭବିଷ୍ୟତରେ ସଙ୍ଗଠନକୁ ବ୍ୟାପକ କରି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦିଗରେ ମହିଳାଙ୍କ ଭାଗୀଦାରୀକୁ ବଢାଇବ I ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତକୁ ସାକାର କରି ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ମତ ବ୍ୟକ୍ତ କରିଛନ୍ତି ଶ୍ରୀମତି ସରସ୍ଵତୀ ଦେବୀ ବୋଲି ବିଜେପି ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।