କୋଦଳା
ବିନା କୌଣସି ନୋଟିସ ଜାରି ନ କରି ଉଛେଦ କଲେ ତହସିଲଦାର। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ଉଛେଦ କରାଯାଇଛି। ବ୍ଯବସାୟୀ ମାନଙ୍କ ଦୋକାନ ଗୃହ ଗୁଡିକ ଏଥିରେ ପ୍ରଭାବିତ ହୋଇଥିବା ବେଳେ ରାସ୍ତାକୁ ମାଡି ରହିଥିବା ଟିଣ ବାଉଁଶ, କାନ୍ଥ ଗୁଡିକୁ ବାହାର କରି ଦିଆଯାଇଛି। କୋଦଳା ଠାରେ ମଂଗଳବାର ଠାରୁ ବିଶ୍ବ ଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ହଠାତ୍ ଏଭଳି ଉଛେଦ ନୀରିହ ଗରିବ ବ୍ଯବସାୟୀ ମାନଙ୍କୁ ଅଡୁଆରେ ପକାଇ ଦେଇଛି। ପୂର୍ବରୁ ଏନେଇ ନୋଟିସ କିମ୍ବା ଅବଗତି କରା ନଯିବାରୁ ବ୍ଯବସାୟୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ମଂଗଳବାର ସକାଳେ କୋଦଳା ତହସିଲଦାର, ଥାନା ଅଧିକାରୀ ଉପସ୍ଥିତ ରହି ବସଷ୍ଟାଣ୍ଡ ନିକଟରେ ଥିବା ପରିବା ଦୋକାନ ଗୁଡିକୁ ଉଛେଦ କରିଥିଲେ। ଏହାପରେ ଦିଗାପଡା ରାସ୍ତାରେ ଥିବା ଛୋଟ ଛୋଟ ଦୋକାନ ଗୁଡିକର ସମ୍ମୁଖ ଅଂଶ ଗୁଡିକୁ ଭାଙ୍ଗିଥିଲେ। ରାସ୍ତା ଜାମ୍ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ପୂର୍ବରୁ ଏ ସଂକ୍ରାନ୍ତରେ କାହିଁକି ସୂଚନା ଦିଆଗଲାନି ବୋଲି କହିଛନ୍ତି କ୍ଷତିଗ୍ରସ୍ତ ବ୍ଯବସାୟୀ। ସେପଟେ ଏନେଇ ତହସିଲଦାରଙ୍କୁ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
