You are currently viewing ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପଳାସପୁର ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭିକେ କାର୍ତ୍ତିକ ପାଣ୍ଡିଆନ
ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପଳାସପୁର ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭିକେ କାର୍ତ୍ତିକ ପାଣ୍ଡିଆନ

ସାନଖେମୁଣ୍ଡି ୩/୫ (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପଳାସପୁର ଠାରେ ଭୋଟ ପଚାର କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମିଶନଶକ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓ ଲକ୍ଷ୍ମୀ ବସ୍ ସେବାରେରେ ମହିଳାଙ୍କୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଛନ୍ତି। ଏଣୁ ଡବଲ ଇଞ୍ଜିନ ନୁହଁ ନବୀନ ଇଞ୍ଜିନ ହିଁ ମହିଳା ଓ ସମସ୍ତ ବର୍ଗଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବ। ରାଜ୍ୟର ବିକାଶକୁ ନବୀନ ଇଞ୍ଜିନ ମାଧ୍ୟମରେ ଶକ୍ତିଶାଳୀ କରିବା ପାଇଁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଦୁଇଟି ଶଙ୍ଖରେ ବିପୁଳ ଭୋଟ ଦେବା ପାଇଁ ପ୍ରଚାର ମୈଦାନରେ ଗଞ୍ଜାମ ଜିଲ୍ଲାର ରାଜନୈତିକ ପୃଷ୍ଠଭୂମିରେ ପ୍ରମୁଖ ଗୁରୁତ୍ବ ବହନ କରୁଥିବା ଚର୍ଚ୍ଚିତ ୧୩୦ ସାନଖେମୁଣ୍ଡି ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଆଜି ବିଜେଡ଼ିର ତାରକା ପ୍ରଚାରକ ତଥା ପୂର୍ବତନ ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ନିବେଦନ କରିଛନ୍ତି।

ମାତୃଶକ୍ତିର ପ୍ରତୀକ ଭାବେ ଦୁଇ ପାର୍ଶ୍ବରେ ଦୁଇ ଭଉଣୀ ଅଛନ୍ତି ଜଣେ ଆସିକା ଲୋକସଭା ଆସନ ପାଇଁ ଓ ଅନ୍ୟ ଜଣେ ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ଏହାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା ମାନଙ୍କୁ ଭଲ ପାଇବା ସମ୍ମାନ ଦେବାର ଉଦାହରଣ ସୃଷ୍ଟି କରିଛି। ମା ମାନଙ୍କ ଜରିଆରେ ବିକାଶ ଧାରାକୁ ଆଗକୁ ନିଅନ୍ତୁ ବୋଲି ପାଣ୍ଡିଆନ ସାନଖେମୁଣ୍ଡି ନିର୍ବାଚନୀ ସମାବେଶରେ ନିବେଦନ କରିଛନ୍ତି। ଆଜି ଦିନ ସାଢ଼େ ଗୋଟାଏ ବେଳେ ସାନଖେମୁଣ୍ଡି ବ୍ଲକ୍ ର ପଳାସପୁର ଠାରେ ସାନଖେମୁଣ୍ଡି ଓ ଧାରାକୋଟ ବ୍ଲକ୍ ର ୧୦ ହଜାରରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ସମାବେଶ ମଞ୍ଚରେ ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଉପସ୍ଥିତ ଥିଲେ। ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ନିଜ ନିର୍ବାଚନୀ ପ୍ରଚାର ବକ୍ତବ୍ୟରେ କଂଗ୍ରେସ ଦଳ କିମ୍ବା କଂଗ୍ରେସ ବିଧାୟକଙ୍କ ସମ୍ପର୍କରେ ପଦୁଟିଏ ମଧ୍ୟ କହିନଥିଲେ କିନ୍ତୁ ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ସାନଖେମୁଣ୍ଡି ରୁ ଅପରାଧୀ ହଟାଓ କହି କଂଗ୍ରେସ ବିଧାୟକଙ୍କୁ ପରୋକ୍ଷ ଭାବରେ ସମାଲୋଚନା କରିଥିଲେ। ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ବକ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ଓ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।

ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉପାଧ୍ୟକ୍ଷା ରିଙ୍କି ନାହାକ ବରିଷ୍ଠ ଅନ୍ତର୍ଯ୍ୟାମୀ ସ୍ଵାଇଁ ଶଙ୍କର୍ଷଣ ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ବିଜୟ ପ୍ରଧାନ ମାମାନି ପାତ୍ର ସୁଲତାରାଣୀ ସ୍ୱାଇଁ ବ୍ଲକ୍ ସଭାପତି ଜନାର୍ଦ୍ଦନ ପଲାଇଙ୍କ ସମେତ ଦୁଇଟି ବ୍ଲକର ପଞ୍ଚାୟତ ପ୍ରତିନିଧି କର୍ମୀ ମାନେ ଉପସ୍ଥିତ ଥାଇ ସଭାଟିକୁ ସାମ୍ପୁର୍ନ ହୋଇଥିଲା

ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ଆଇ ଜେବୀ ନିୟୁଜ