You are currently viewing ନିର୍ବାଚନ ଆସିଲେ ମିଛ ଘୋଷଣା କରି ଲୋକଙ୍କୁ ଲଲିପପ୍ ଧରାଉଛନ୍ତି ନବୀନ ସରକାର।
ନିର୍ବାଚନ ଆସିଲେ ମିଛ ଘୋଷଣା କରି ଲୋକଙ୍କୁ ଲଲିପପ୍ ଧରାଉଛନ୍ତି ନବୀନ ସରକାର।

ଭୂବନେଶ୍ୱର:-୨୭/୦୨/୨୪ ବିଜେଡି-ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ ସଚିବାଳୟ ଘେରିଲା କଂଗ୍ରେସ ପିସିସି ସଭାପତି ଓ ପ୍ରଭାରୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଗିରଫ
ନିର୍ବାଚନ ଆସିଲେ ମିଛ ଘୋଷଣା କରି ଲୋକଙ୍କୁ ଲଲିପପ୍ ଧରାଉଛନ୍ତି ନବୀନ ସରକାର ଦୁର୍ନୀତି ଓ ବେରୋଜଗାରୀ ଆଜି ରାଜ୍ୟ ସରକାରଙ୍କ ସଫଳତା ପାଲଟିଛି
ଓଡ଼ିଶାରେ ଏବେ ପ୍ରଧାନ-ପାଣ୍ଡିଆନ କମିଶନ (ପିପିସି) ଆରମ୍ଭ ହୋଇଛି ।
ଅପରାଧର ରାଜଧାନୀ ପାଲଟିଛି ଓଡ଼ିଶା ।


ଓଡ଼ିଆ ଓ ଓଡ଼ିଶାର ଅସ୍ତିତା ଅଣଓଡ଼ିଆଙ୍କ ହାତରେ ବନ୍ଧା ପଢ଼ିଛି।ବିଜେଡ଼ି ଓ ବିଜେପି ମିଳିତ ଭାବେ ଓଡ଼ିଶାକୁ ଲୁଟ୍ କରୁଛନ୍ତି।
ଭୁବନେଶ୍ବର ତା. ରାଜ୍ୟରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ ବିଜେଳି ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛି। ରାଜ୍ୟର ସବୁ ବ୍ଲକକୁ ୩୫% ଜଳସେଚନ ସୁବିଧା, କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ଧାନର ଅଭାବୀ ବିକ୍ରି ସମସ୍ୟାର ସମାଧାନ, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କିମ୍ବା ବେକାରୀ ସମସ୍ୟା ସମାଧାନ ଆଦି ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛି।

ଅନ୍ୟପକ୍ଷରେ ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି, ପାନୀୟଜଳ ଯୋଗାଣରେ ୩୩ ହଜାର କୋଟିର ଠିକା ଦୁର୍ନୀତି, ବିଦ୍ୟୁତ୍ ସେବା ଭିତିଭୂମି ଆଳରେ ୩୫ ହଜାର କୋଟି ଟଙ୍କାର ଦୁର୍ନୀତି ଏବଂ ନାରୀ ନିର୍ଯାତନା ଓ ନାବାଳିକା ଚାଲାଣ ଆଦି ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଉଦ୍‌ବେଳିତ କରିଛି। ଏସବୁ ଦୁର୍ନୀତି ଓ ଅନ୍ୟାୟ ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସଚିବାଳୟ (ଲୋକସେବା ଭବନ) ଘେରାଉ କରାଯାଇଛି । ରାଜ୍ୟର ଶତାଧ‌ିକ କଂଗ୍ରେସ କର୍ମୀ କଂଗ୍ରେସ ଭବନ ଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମହାତ୍ମାଗାନ୍ଧୀ ମାର୍ଗ ନିକଟରେ ପହଂଚିଥିଲେ ।

ସେଠାରେ ଆୟୋଜିତ ବିକ୍ଷୋଭ ସଭାରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ନିଜ ବକ୍ତବ୍ୟରେ କହିଲେ ଯେ ରାଜ୍ୟରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ ଓଡ଼ିଶାର ସାଢ଼େ ଗରି କୋଟି ଓଡ଼ିଆଙ୍କୁ ଧୋକା ଦେଇଛି ନବୀନ ସରକାର । ଦୁନୀତି ଓ ବରୋଜଗାରୀ ଆଜି ରାଜ୍ୟ ସରକାରଙ୍କ ସଫଳତା ପାଲଟିଛି । ରାଜ୍ୟର ବିକାଶ କରିବା ପରିବର୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ବିଜେଡ଼ି ସରକାର ଲୋକଙ୍କୁ ଭୁଆଁ ବୁଲାଇଛି ବୋଲି ଶ୍ରୀ କୁମାର ପ୍ରକାଶ କରିଥିଲେ ।

ଓଡ଼ିଶାରେ ଏବେ ପ୍ରଧାନ-ପାଣ୍ଡିଆନ କମିଶନ (ପିପିସି) ଆରମ୍ଭ ହୋଇଛି ଏବଂ ଓଡ଼ିଆ ଓ ଓଡ଼ିଶାର ଅସ୍ମିତା ଅଣଓଡ଼ିଆଙ୍କ ହାତରେ ବନ୍ଧା ପଢ଼ିଛି ବୋଲି ଶ୍ରୀ କୁମାର ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରକୁ ତୀବ୍ର ନିନ୍ଦା କରି ପ୍ରକାଶ କରିଥିଲେ କି, ରାଜ୍ୟରେ ବେରୋଜଗାରୀ ସମସ୍ୟା ଉତ୍କଟ ରୂପ ନେଇଛି ।

ଫଳରେ ଦାଦନ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କୃଷ୍ଣକକୁ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ବିଫଳ ହୋଇଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ମହିଳାଙ୍କୁ ସମ୍ମାନ ଦେବା ପରିବର୍ତେ ପ୍ରତାରଣା ଓ ଅତ୍ୟାଚାର ସୀମା ସରହିବ ଟପିଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ଘଟିବା କାରଣରୁ ସାଧାରଣ ଜନତା ତ୍ରାହି ତ୍ରାହି ଡାକ ଦେଲେଣି।

ସରକାରଙ୍କ ଏହି ଦୁର୍ନୀତି ଓ ବିଫଳତା ପ୍ରତିବାଦ କାରଣରୁ ତମାମ ରାଜ୍ୟରେ ଜନଆକ୍ରୋଶ ବୃଦ୍ଧି ପାଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କୃଷି କ୍ଷେତ୍ରର ଉପଯୁକ୍ତ ବିକାଶ, ଚାଷ ଜମିକୁ ଜଳସେଚନ, ଧାନର ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କରିବାରେ ରାଜ୍ୟ ସରକାର ସଂପୂର୍ଣ ବିଫଳ ହୋଇଛନ୍ତି । ଓଡ଼ିଶାରେ ଓଡ଼ିଆ ଲୋକ ଏବେ ଲାଜରାସ୍ତାରେ । ୩୦ ଲକ୍ଷ ଯୁବକ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଶିକ୍ଷିତ ଯୁବକ ଯୁବତୀ ରୋଜଗାର ପାଇବା ପାଇଁ ଯୋଗାଇବାରେ ଉଭୟ ବିଜେଡ଼ି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ରାଜ୍ୟବାସୀଙ୍କୁ ସଚେତନ କରିବା ପାଇଁ ରାଜରସ୍ତାକୁ ଓହ୍ଲାଇଛି ବୋଲି ସେ କହିଛନ୍ତି । ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ରୁଶୁଡ଼ି ପଡିଛି ।

ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ହଜାର ହଜାର ପଦବି ଖାଲି ପଳିଛି । ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ୫୦%ରୁ ଅଧୂକ ଶିକ୍ଷକ ନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ବହୁ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିରାଶ ହେଉଛନ୍ତି । ପ୍ରତିବର୍ଷ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ସରକାର ବର୍ଷକୁ ୧୦ ହଜାର ନିଯୁକ୍ତି ବି ଦେଇପାରୁନାହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୩.୬ ହଜାରରୁ ଅଧ‌ିକ ପଦବି ଖାଲି ପଡିଛି । ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ। ଆସନ୍ନ ପ୍ରସବା ମହିଳାମାନେ ଖଟିଆରେ ବ‌ହାହୋଇ ଡାକ୍ତରଖାନା ଆସୁଛନ୍ତି । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ପଦବି ଖାଲି ପଢିଛି। ଖାଲି ସେତିକି ନୁହେଁ, ଷ୍ଟାଫନର୍ସ, ଟେକ୍‌ନିସିଆନ ଓ ଫାର୍ମାସିଷ୍ଟ ମଧ୍ଯ ନାହାନ୍ତି । ଉଭୟ ବିଜେଡି ଓ ବିଜେପିର ଭାଗିବାର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିକାଶ କଥା ଚିନ୍ତା ନକରି ସେମାନେ ଲୋକଙ୍କୁ ଭଣ୍ଡାଉଛନ୍ତି ବୋଲି ଉପସ୍ଥିତ ବରିଷ୍ଠ ନେତୃମଣ୍ଡଳୀ ତାଙ୍କ
ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଆଳିର ବିକ୍ଷୋଭରେ ଶତାଧୁକ କଂଗ୍ରେସ କର୍ମୀ ଓ ନେତା ସଚିବାଳୟକୁ ଧସାଇ ହୋଇ ପଶୁଥିବାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇ ଗିରଫ ହୋଇଥିଲେ ।ଆଜିର ଏହି ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସହ ପ୍ରଭାରୀ-ଖ୍ରୀଷ୍ଟୋଫର ତିଲକ, ସାହାନଓ୍ୱାଜ ଚୌଧୁରୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ଶରତ ରାଉତ, ଡ. ରାମଚନ୍ଦ୍ର ଝୁଟିଆ, ବିଧାୟକ ସୁରେଶ କୁମାର ରାଉତରାୟ, ଚାରାପ୍ରସାଦ ବାହିନପତି, ଇଂ ମହମ୍ମଦ ମୋକିମ୍, ଦାଶରଥ୍ ଗମାଙ୍ଗ, ରମେଶ ଜେନା, ପିସିସି ଗଣମାଧ୍ଯମ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି,ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାବ ସେଠୀ, ଶିବାନନ୍ଦ ରାୟ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ- ମିନାକ୍ଷୀ ବାହିନପତି, ରାଜ୍ୟ ଯୁବ କଂଗ୍ରେସ.


ସଭାପତି ରଞ୍ଜିତ ପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଳ, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି-ବିଶ୍ଵଜିତ ଦାସ, ସୁରେଶ ମହାପାତ୍ରଙ୍କ ସମେତ ସମସ୍ତ
ଜିଲ୍ଲା କଂଗ୍ରେସ ସଭାପତି, କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ନକୁଳ ନାୟକ , ରବୀନ୍ଦ୍ର ଆଚାର୍ଯ୍ୟ, ମୁଖପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିଙ୍କ ସମେତ ବିଭିନ୍ନ ବିଭାଗର କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।