କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ର ନଅଗୋଟି ପଞ୍ଚାୟତର ଚାଷୀ ମାନଙ୍କ ଢ଼େପ ଚାଷ ଜମିକୁ ଜଳ ସେଚନ ନିମନ୍ତେ ମେଗା ଲିଫ୍ଟ ପ୍ରୋଜେକ୍ଟ ଜଳ ସେଚନ ସେତେବେଳର ବିଜେଡି ସରକାର 43 କୋଟି ଟଙ୍କା ବ୍ୟୟରେ 2021ମସିହାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲେ | ତେବେପ୍ରୋଜେକ୍ଟ ଆରମ୍ଭରୁ ହିଁ ଏହି କାମ କିଛି ଦିନ ଚାଲିବା ପରେ ତାହା ସମ୍ପୂର୍ଣ ରୂପେ ବନ୍ଦ ହୋଈ ରହିଛି, ଯାହାକି ଏତେବଡ ପ୍ରୋଜେକ୍ଟ ଆଜି ଖତ ଖାଇବାକୁ ବସିଲାଣି |.

ତେବେ ଯେଉଁ ଚାଷୀ ମାନଙ୍କଉର୍ନ୍ନତି ପାଇଁ ସରକାର ଏହି କାର୍ଯ୍ୟ ଆରମ୍ଭ କରିଥିଲେ ତାହା କଣ ପାଇଁ ବନ୍ଦ ହୋଈ ଗଲା ତାହାହିଁ ସମସ୍ତ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | କଣ ପାଇଁ ସିଲେକସନ କମିଟି ଏବଂ ବିଭାଗୀୟ ଏସି ଯେଉଁସ୍ଥାନରେ ଏହିକୂପ ହୋଇଛି ତାହା କଣ ସେମାନେ ଜାଣି ପାରିଲେନି, ନାଁ ତାଙ୍କରି ସ୍ୱାର୍ଥ ସାଧନପାଇଁ,ନାଁ ଅନ୍ୟ କାହା ସ୍ୱାର୍ଥ ପାଇଁ ଏତେ ଟଙ୍କା ବ୍ୟୟରେ ଏହି କାମପାଇଁ କାହିଁକି କରିଥିଲେ | ଯଦି ବି ହୋଇଥିଲା ତେବେତାହା ଠିକ ଭାବେ କାର୍ଯ୍ୟକାରି ହେଲାନାହିଁ କଣପାଇଁ | ଏହି କାମରେ କେତେଟଙ୍କା ବାଟ ମାରଣା ହୋଉଛି ତାହା ଏବର ବିଜେପି ସରକାର ଯଦି ତଦନ୍ତ କରିବେ ତେବେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ |

ଏହି ବର୍ଷ ବର୍ଷାଜଳ ଚାଷୀଙ୍କ ଜମିରେ ଆବଶ୍ୟକ ପରିମାଣ ରେ ହୋଈ ନଥିବା ବେଳେ ଏପଟେ ମେଗା ଲିଫ୍ଟ ଜଳସେଚନ ପଏଣ୍ଟ ମଧ୍ୟ ଅଚଳ ,ଏହିକଥା ବର୍ତ୍ତମାନ ର କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କୁ ଏହା ଉପରେ
ଚାଷୀ ମାନଙ୍କ ଠାରୁ ଶୁଣି ବିଧାୟକକିଛି ନେତା, କର୍ମୀ ଓ ଚାଷୀ ମାନଙ୍କୁ ଧରି ସେହି ସ୍ଥାନ ଅନ୍ତରିଗାଁ, ମୋଡାବାଇ, ଠାରେ ଆରମ୍ଭ ହୋଈ ଥିବା ସେହି ନଦୀଘାଟ କୁ ସକାଳ ନଅ ଘଣ୍ଟ ସମୟରୁ ଯାଇ ନଦୀ ଉପରେ ଜେସିବି ସାହାଯ୍ୟ ରେ ବାଲିବସ୍ତା, ବାଉଁଶଖଣ୍ଡ , 10 ଫୁଟିଆ ଟିଣଦେଈ ପ୍ରାୟ ନଦୀ ଶଯ୍ୟା ଉପରେ ବାଲି ବନ୍ଧକରି ରାତ୍ର ଆଠ ଘଣ୍ଟ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଥିଲେ |

ସେଠାରେ ଥିବା 3ଗୋଟି ମୋଟର ମଧ୍ୟରୁ ଗୋଟିଏ ପାଣି ମୋଟର ଚାଲୁ କରିବାକୁ କହି ସେଠାରେ ନିଜେ ବାଲିବସ୍ତା ବୋହି ନେଇ ଗୁଣ୍ଡୁଚି ମୂଷା ପରି ବିଧାୟକ ହୋଈ ମଧ୍ୟ ଏପରି କାର୍ଯ୍ୟ କରିଥିଲେ | କିନ୍ତୁ ମେଗା ଲିଫ୍ଟ ପ୍ରୋଜେକ୍ଟ ର ଗଞ୍ଜାମ ଜିଲ୍ଲା ଏସ୍ଡ଼ିଓ ଉପସ୍ଥିତ ରହି ସମସ୍ତଙ୍କୁ ସହଯୋଗ କରୁଥିଲା ବେଳେ ସେଠାର କିଛି ଅଣ ଓଡ଼ିଆ କର୍ମଚାରୀ ଅଧିକାଂଶ ସମୟରେ ଚାଷୀ ମାନଙ୍କୁ ଅଣଦେଖା କରୁଥିବାର ଚାଷୀମାନେ ଅସନ୍ତୋଷ ପ୍ରକାଶକରି ଆମକୁକହିଛନ୍ତି |

ତେବେ ବିଧାୟକ ଙ୍କ ଏହି ପ୍ରୟାସ ଯୋଗୁଁ କିଛି ମାତ୍ରା ରେ ନଅ ଗୋଟି ପଞ୍ଚାୟତ ର ଚାଷୀ ମାନଙ୍କ ଚାଷ ଜମିକୁ ଜଳ ସେଚନ ହୋଈ ପାରିଛି , ଯାହା ଯୋଗୁଁ ସମସ୍ତେ ବିଧାୟକ ଙ୍କଏହି ଉଦ୍ୟମ କୁ ବହୁତ ପ୍ରଶଂସା କରିଛନ୍ତି | ଏବଂ ଆଗାମୀ ଦିନରେ ଯଦି ବିଧାୟକ ଏପରି କାର୍ଯ୍ୟ କରନ୍ତି ତେବେ ପୁରୁଷୋତ୍ତମ ପୁର ବ୍ଲକ ଏନଏସି ଏବଂ କବିସୂର୍ୟ୍ଯ ନଗର ବ୍ଲଜ ଏନଏସି ର ଲୋକ ମାନଙ୍କ ବହୁବିଧ ଉର୍ନତି ହୋଊ ପାରିବ ବୋଲି ସମସ୍ତ ନେତା,କର୍ମୀ, ଚାଷୀ ଏବଂ ଜନ ସାଧାରଣ ଆଶା ପ୍ରକଟ କରିଛନ୍ତି | ଏହି କାର୍ଯ୍ୟରେ ନଅ ଗୋଟି ପଞ୍ଚାୟତ ର ଏବର ଏବଂ ପୂର୍ବର ସରପଞ୍ଚ,ଏବଂ ତାଙ୍କ ପ୍ରତିନିଧି ସ୍ୱାମୀ ଙ୍କ ସହ ସମିତି ସଭ୍ୟ, ମାନେ ଉପସ୍ଥିତ ରହିଥିଲେ | ଏମାନଙ୍କ ସହିତ ବିଜେପିର ଯୁବ ନେତା ସୀତାରାମ ପାଣିଗ୍ରାହୀ ମଧ୍ୟ ଦିନ ନଘାଣ୍ଟ ରୁ ରାତି ଆଠ ଘଣ୍ଟ ପର୍ଯ୍ୟନ୍ତ ସେହିଅସ୍ଥାୟୀ ନଦୀବାଲିବନ୍ଧ ତିଆରି କରିବାରେ ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବହୁ ଚାଷୀ ମାନେ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥିଲେ |

ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟ ମଣୀ ସ୍ବାଇଁ, ସିଏଚ ନୂଆଗାଁ ର ସମିତି ସଭ୍ୟା ପ୍ରତିନିଧି କିଶୋର ଚନ୍ଦ୍ରପରିଡା, ବଡ ଖରିଡ଼ା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ, ଶ୍ରୀକାନ୍ତ ପଣ୍ଡା, ପାଣ୍ଡିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ ସେଠୀ, ଗୋପପୁର ପିଣ୍ଟୁ ପଟନାୟଜ, ଟୁନା ଦୋରା, ଙ୍କ ସହିତ ଅନେକ ବ୍ୟକ୍ତି, ଚାଷୀ, ନେତା କର୍ମୀ ଏହି କାମରେ ସଂପୁର୍ଣ ରୁପେ ସହଯୋଗକରିଥିଲେ |
