ଆସିକା,୨୧/୧ (ଶକ୍ତି ପ୍ରସାଦ କର) ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ପାଣ୍ଡିଆ ପଥର ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ l ଗ୍ରାମାଞ୍ଚଳ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ମୂଳ ଲକ୍ଷ ରହିଥିଲା l ତେବେ ବର୍ତ୍ତମାନ ଗ୍ରାମାଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ସହ ପଞ୍ଚାୟତ ସ୍ତରୀୟ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତତ କରି ବିଭିନ୍ନ ପଦକ୍ଷଯ ନିଆ ଯାଉଛି l

ଏହି ସମସ୍ତ ସେବା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ସହ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ କରାଯାଉଛି l ଲୋକ ମାନଙ୍କୁ ସମସ୍ତ ସରକାରୀ ଯୋଜନା ବିଷୟରେ ଅବଗତ କରାଇବା ସହ ଲୋକ ମାନେ କିଭଳି ସେସବୁ ଯୋଜନାରେ ଉପକୃତ ହେବେ ସେଥି ପ୍ରତି ଧ୍ୟାନ ଦିଆଯାଉଛି l ତେବେ ଆଜି ପାଣ୍ଡିଆ ପଥର ପଞ୍ଚାୟତର ଲୋକ ମାନଙ୍କୁ ସଚେତନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମାନ୍ୟବର ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଆସିକା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା , ପାଣ୍ଡିଆ ପଥର ସରପଞ୍ଚ ନୀଳାଞ୍ଚଳ ଗୌଡ,ସମିତି ସଭ୍ୟା ସଙ୍ଗୀତା ସେଠୀ ,ନାୟବ ସରପଞ୍ଚ ଆଶା ସେଠୀ,ନଳବଣ୍ଟା ସରପଞ୍ଚ କିଶୋରଚନ୍ଦ୍ର ପ୍ରଧାନ ,ବଡଖୋଲି ସମିତିସଭ୍ୟ ଭରତନାହାକ ପ୍ରମୁଖ ଉପସ୍ଥିତ ରହିଥିଲେ l

ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକ୍ରମ ମାଧ୍ୟମରେ ଜେଇ ତାରିଣୀ ପ୍ରସାଦ ସାହୁ , ଯୋଗାଣ ସହାୟକ ବସନ୍ତ କୁମାର ଗୌଡ , ବି.ଏଫ୍.ଟି କର୍ମକର୍ତ୍ତା, ଅଙ୍ଗନୱାଡ଼ି କର୍ମୀ , ସୋସାଇଟ୍ସାଇଟ୍ ଆସିଷ୍ଟାଣ୍ଟ ସେକ୍ରେଟାରୀ,ସୋସିଆଲ ୱାର୍କର ଅଭାଗିନୀ ସେଠୀଙ୍କୁ ସମ୍ମାନିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆସିକା ବିଜେଡି ବ୍ଳକ ଉପସଭାପତି ଶଙ୍କର ସେଠି ସମେତ ବହୁ ବିଜେଡି ପ୍ରେମିମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
