You are currently viewing ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଟିତ
ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଟିତ

ବ୍ରହ୍ମପୁର, ୦୭/୦୨ -:- ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଗାନ୍ଧୀନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ତଥା ବ୍ରହ୍ମପୁର ଲୋକସଭା କ୍ଷେତ୍ର ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସଂଯୋଜିକା ବବିତା ପାତ୍ର ଯୋଗ ଦେଇ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ଏସ୍.ରାଣୀ, ବିଜେପି ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁ,ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ ।

ସଂଗଠିତ ନାରୀ ସଶକ୍ତ ଓଡ଼ିଶା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସଂକଳ୍ପ ରହିଛି ତାକୁ ପୁରଣ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ମହିଳା ସଶକ୍ତିକରଣ ଏବଂ ଅର୍ଥନୈତିକ ବିକାଶ ପାଇଁ ମୋଦି ସରକାର ଗତ ଚାରି ବର୍ଷ ମଧ୍ୟରେ ପ୍ରାୟ ୧୪୦୦୦ କୋଟି ଟଙ୍କା ଦେଇସାରିଲେଣି । ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଉଥିବା ୧୧ ପ୍ରତିଶତ ଋଣର ସୁଧ ୭ ପ୍ରତିଶତ କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ମିଛରେ ବାହା ବାହା ନେଉଛନ୍ତି । “.

ମୁଁ ମୋଦିଙ୍କ ଶକ୍ତି” ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଆଜିର ବୈଠକରେ ସଂକଳ୍ପ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ସଶ୍ମିତା ଦାସ,ସବିତା ନାୟକ,ସୁଶିଳା ସିଂ,ଗୀତା ଦାସ,ଭାବଗ୍ରାହୀ ପାଳ,ଧର୍ମରାଜ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଗୋପିନାଥ ପଣ୍ଡା,ବାଙ୍କନିଧି ସେଠୀ,ରଜତ ପାତ୍ର,ୟୁ.ରାଜା ରାଓ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।