You are currently viewing ସୁଜ୍ଞାନୀ ଙ୍କ 97 ତମ ଜୟନ୍ତୀ ଧୂମଧାମ ରେ ପାଳିତ ହେବ
ସୁଜ୍ଞାନୀ ଙ୍କ 97 ତମ ଜୟନ୍ତୀ ଧୂମଧାମ ରେ ପାଳିତ ହେବ

ଖଲ୍ଲିକୋଟ :22 /7 ଖଲ୍ଲିକୋଟ ରାଣୀ ତଥା ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ 87 ତମ ଜୟନ୍ତୀ ଚଳିତ ବର୍ଷ ଧୂମଧାମ ରେ ପାଳିତ ହେବ |ରବିବାର ଦିନ ଖଲ୍ଲିକୋଟ ସ୍ଥିତ ଯୁବ ରାଜ ବଙ୍ଗଳା ପରିସର ରେ ଆୟୋଜିତ ବୈଠକ ରେ ସ୍ବର୍ଗତା ସୁଜ୍ଞାନ କୁମାରୀ ଦେଓ ଙ୍କ 87 ତମ ଜୟନ୍ତୀ କୁ ଖଲ୍ଲିକୋଟ ର ପୂରପଲ୍ଲୀ ରେ ପାଳିତ କରିବା ପାଇଁ ଆହ୍ୱାନ କରାଯାଇଥିଲା |ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସୁଜ୍ଞାନ ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ |ଗତ ବର୍ଷ 400 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |ଚଳିତ ବର୍ଷ ମଧ୍ୟ ସମ ପରିମାଣ ର ରକ୍ତ ସଂଗ୍ରହ କରାଯିବା ପାଇଁ ଆଲୋଚନା ହୋଇଥିଲା |ଉକ୍ତ ବୈଠକ ରେ ମର୍ଦରାଜ ସାଂସ୍କୃତିକ ପରିଷଦ ର ସମ୍ପାଦକ ସୁଧାଂଶୁ ଶେଖର ସାହୁ ଅଧକ୍ଷତା କରିଥିବା ବେଳେ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ପ୍ରାକ୍ତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଉପ ସଭାପତି ଇଂ. ଅନିରୁଦ୍ଧ ସାହୁ, ଶିକ୍ଷାବିତ ଚନ୍ଦ୍ର ଶେଖର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ମହେଶ୍ୱର ବରଡ ଓ ରାମ ମୋହନ ପଣ୍ଡା, ରତ୍ନାକର ସାହୁ, ରାଜେନ୍ଦ୍ର ପ୍ରସାଦ ରଥ, ଅଶ୍ୱିନ କୁମାର ମିଶ୍ର, ବ୍ରଜ କିଶୋର ସ୍ୱାଇଁ, ଜନକ ମହାରଣା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )