You are currently viewing ଖଲ୍ଲିକୋଟ ବ୍ଲକ ରେ ବୁଲିବ ଅର୍ପଣ ରଥ, ଆରମ୍ଭ ହେଲା ବି ଏସ କେ ୱାଇ ନବୀନ, ବିଧାୟିକା ଙ୍କ ପ୍ରସ୍ତୁତି ବୈଠକ
ଖଲ୍ଲିକୋଟ ବ୍ଲକ ରେ ବୁଲିବ ଅର୍ପଣ ରଥ, ଆରମ୍ଭ ହେଲା ବି ଏସ କେ ୱାଇ ନବୀନ, ବିଧାୟିକା ଙ୍କ ପ୍ରସ୍ତୁତି ବୈଠକ

ଖଲ୍ଲିକୋଟ : 6/1 ଆଗାମୀ 17 ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ପରିକ୍ରମା ମାର୍ଗ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ |ଆଗାମୀ 11 ତାରିଖ ସୁଦ୍ଧା ପରିକ୍ରମା ମାର୍ଗ ରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜୋରସୋର ରେ ଉଦ୍ୟମ ଚାଲିଛି | ତେବେ ରାଜ୍ୟ ର ସବୁ ବ୍ଲକ ଅର୍ପଣ ରଥ ପରିକ୍ରମା କରଯାଇ ଜଗନ୍ନାଥ ସଂସ୍କୃତି ପ୍ରଚାର କରିବା ସହ ଘରେ ଘରେ ଚାଉଳ ଗୁଆ ସଂଗ୍ରହ କରିବା ପାଇଁ ଵିଧି ବଦ୍ଧ ଭାବେ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ଓ ଗୋଟିଏ ଏନ ଏ ସି ପରିକ୍ରମା କରିବା ପାଇଁ ଖଲ୍ଲିକୋଟ ବ୍ଲକ ପରିସର ରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ପୌରହିତ୍ୟ ରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଆୟୋଜିତ ବୈଠକ ରେ ଖଲ୍ଲିକୋଟ ବ୍ଲକ ର ସମସ୍ତ ପଂଚାୟତ ସ୍ତରୀୟ କର୍ମଚାରୀ ଓ ଲୋକ ପ୍ରତିନିଧି ମାନଙ୍କୁ ନେଇ ଏକ ରୋଡ଼ ମ୍ୟାପ ସାଙ୍ଗକୁ” ଅର୍ପଣ ରଥ କୁ ଯେପରି ମର୍ଯ୍ୟାଦା ବନ୍ତ ଭାବେ ଖୋଳ କୀର୍ତନ ଘଣ୍ଟ ଘଣ୍ଟା ଓ ଶଙ୍ଖ କାହାଳି ମଧ୍ୟରେ ହଜାର ହଜାର ଲୋକ ଫୁଲ ମାଳ ସହ ଭବ୍ୟ ସ୍ୱାଗତ କରାଯିବା ସମେତ ଚାଉଳ ଗୁଆ ସଂଗ୍ରହ ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା |ଏତଦ ବ୍ୟତୀତ ଖଲ୍ଲିକୋଟ ବ୍ଲକ ର ଜଗନ୍ନାଥ ଲୀଳା ସହ ସମ୍ପୃକ୍ତ ଜଗନ୍ନାଥ ମନ୍ଦିର ଗୁଡିକ କୁ ରଥ ନିଆଯିବ ବୋଲି ଜଣାପଡିଛି |

ଉକ୍ତ ବୈଠକ ରେ ଖଲ୍ଲିକୋଟ ବି ଡି ଓ ଦେବାଶିଷ ସାମଲ, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ସି ଡି ପି ଓ ପଦ୍ମିନୀ ସାହୁ ପ୍ରମୁଖ ବୈଠକ ରେ ଯୋଗ ଦେଇଥିଲେ | ସେହିପରି ଶନିବାର 6 ତାରିଖ ଦିନ ଆରମ୍ଭ ହୋଇଥିବା ବି ଏସ କେ ୱାଇ ନବୀନ ର ଶୁଭାରମ୍ଭ କୁ ନେଇ ଆଲୋଚନା ହେବା ସହ ଚାକିରିଆ ଆୟ କର ଦେଉଥିବା ବ୍ୟକ୍ତି ଓ ପେନସନ ଧାରୀ ବ୍ୟକ୍ତି ମାନଙ୍କୁ ଛାଡି ସମସ୍ତେ ଯେପରି ଏହି ସୁବିଧା ପାଇବେ ସେ ନେଇ ପଦକ୍ଷେପ ନେବା ପାଇଁ ସମସ୍ତେ କାର୍ଯ୍ୟ କରିବା ପାଇଁ ବୈଠକ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା |

(ରିପୋର୍ଟ ;ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )