ଖଲ୍ଲିକୋଟ : 24/3 ଖଲ୍ଲିକୋଟ ବ୍ଲକ କଂଗ୍ରେସ କମିଟି ତରଫରୁ ଖଲ୍ଲିକୋଟ ବ୍ଲକ ସାବୁଲିଆ ଦକ୍ଷିଣେଶ୍ୱର ମନ୍ଦିର ପରିସର ରେ ମେଘନାଦ ଦଳାଇ ଙ୍କ ଆବାହକତ୍ୱ ରେ ପ୍ରଦେଶ କଂଗ୍ରେସ ସଭ୍ୟ ବିଶ୍ୱଜିତ ତରାଇ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ କମିଟି ( ପଶ୍ଚିମ ) ସଭାପତି ରବୀନ୍ଦ୍ର କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଲୋକ୍ଟ୍ରାଲ ବଂଡ କୁ ନେଇ ତୀବ୍ର ସମାଲୋଚନା କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ବିଭିନ୍ନ କମ୍ପାନୀ ମାନଙ୍କୁ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ଚାନ୍ଦା ଉଠାଇଛନ୍ତି ବୋଲି କେନ୍ଦ୍ର ଓ ରାଜ୍ୟ ରେ ଅସୁଲି ସରକାର ଚାଲିଛି ବୋଲି କହି କଂଗ୍ରେସ ଓଡିଶା ରେ ସରକାର ଗଢିଲେ ଏକ ସୁଶାସନ ଦେବା ସହ କୃଷକ ମାନଙ୍କ ଏମ ଏସ ପି ଓ 3000ଋଣ ଛାଡ଼ ପେନସନ, ବେକାରୀ ଭତ୍ତା,5 ଲକ୍ଷ ନିଯୁକ୍ତି, ଗୃହ ଲକ୍ଷ୍ମୀ ଯୋଜନା, ମହିଳା ମାନଙ୍କ ଖାତା କୁ ଦୁଇ ହଜାର ଟଙ୍କା, ବାର୍ଦ୍ଧକ୍ୟ ଭତ୍ତା 2000 ଓ ଏସ ଏଚ ଜି ଙ୍କ ଋଣ ଛାଡ଼ ଦୁଇ ସହ ୟୁନିଟ ବିଜୁଳି ଛ|ଡ ପ୍ରଭୃତି 10 ଗୋଟି ଗ୍ୟାରେଣ୍ଟି ଘୋଷଣା କରିଥିଲେ ଓ ଏହା ପ୍ରତି ଘରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ |ତେବେ କର୍ମୀ ମାନେ ପୁନଃ ବ୍ଲକ ସଭାପତି ଭାବେ ମେଘନାଦ ଦଳାଇ କୁ ନିଯୁକ୍ତି ଦେବା ପାଇଁ ଜିଲ୍ଲା ସଭାପତି ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭୋକଲି ସେଠୀ ଙ୍କ ଚଳିତ ନିର୍ବାଚନ ରେ କଂଗ୍ରେସ ପାର୍ଥି କଲେ ଭୋଟ ବର୍ଜନ ପାଇଁ ଉପସ୍ଥିତ କଂଗ୍ରେସ କର୍ମୀ ମାନେ ଧମକ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ସଭାପତି ମେଘନାଦ ଦଳାଇ, ଅଜୟ କୁମାର ପଣ୍ଡା, ଖଲ୍ଲିକୋଟ ଏନ ଏ ସି ପ୍ରାକ୍ତନ ନଗରପାଳ ବିଜୟ କୁମାର ସାହୁ, ଆସିକା ଲୋକସଭା ସାଂସଦ ଆଶାୟୀ ପାର୍ଥି ମନ ମୋଦନ ସାହୁ, ପ୍ରଭାତ କୁମାର ସାମନ୍ତରା, ଆଶାୟୀ ବିଧାୟକ ପାର୍ଥି ଦୀନବନ୍ଧୁ ଅଧିକାରୀ, ଲଚ୍ଛମନ ପାତ୍ର,

ଲମ୍ବୋଦର ବେହେରା, ଆଶାୟୀ ପାର୍ଥି ରାମଚନ୍ଦ୍ର ବେହେରା, ଭାସ୍କର ସେଠୀ, ଅଶ୍ୱିନୀ ପାଣିଗ୍ରାହୀ,ସୁରେନ୍ଦ୍ର କୁମାର ସାହୁ,ସୁରେଶ କୁମାର ଦାସ, ନାରାୟଣ ବେହେରା,ବନିତା ବେହେରା, ଅଶ୍ୱିନୀ କୁମାର ଦାସ, ଦେବେନ୍ଦ୍ର ଜାଲ୍ଲୀ, ରମେଶ ବେହେରା, ତପନ ପାହାନ,ଅଞ୍ଜନା ମହାପାତ୍ର,ଭାଗ୍ୟ ନାହାକ ପ୍ରମୁଖ ନେତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଆଗାମୀ ଦିନ ରେ କଂଗ୍ରେସ କୁ ମଜଭୁତ କରି ସରକାର ଗଢିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ |
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ )
