You are currently viewing ପୁରୁଷୋତ୍ତମପୁର ଏନଏସି ସ୍ଥିତ କୁମ୍ଭାରୀ ଶୈବ ମନ୍ଦିର ପରିସରରେ ବିଜେପିର ଘୁମୁସର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
ପୁରୁଷୋତ୍ତମପୁର ଏନଏସି ସ୍ଥିତ କୁମ୍ଭାରୀ ଶୈବ ମନ୍ଦିର ପରିସରରେ ବିଜେପିର ଘୁମୁସର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମପୁରସହର ଏନଏସିର 11 ନଂ ୱାର୍ଡରେ ଥିବା କୁମାରୀ ଶିବମନ୍ଦିର ପରିସରରେ ଆଜି ବିଜେପିର ଘୁମୁସର ଜିଲ୍ଲା ସ୍ତରୀୟ ବୈଠକ ବିଜେପିର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା ଓ ଯଜ୍ଞ ନାରାୟଣ ଦାଶଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା |

ଏଥିରେ ମୁଖ୍ୟ ଅତିଥି ଭାବେ ଝାଡ଼ ଖଣ୍ଡ ର ପୂର୍ବତନ ବିଜେପି ସଭାପତି ଦିନେଶା ନନ୍ଦ ଗୋସ୍ୱାମୀ, ରାଜ୍ୟ ବିଜେପି ଉପସଭାପତି ଅନିତା ସୁଭଦର୍ଶିନୀ, ଘୁମୁସର ସାଙ୍ଘ ଠନିକ ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଲ୍ଲିକ, ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ବିଜେପିର କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସ୍ୱଚ୍ଛ ଭାରତ ଅଭିଯାନ ଷ୍ଟେଟ କୋଡିନେଟର ମହେଶ ମହାନ୍ତି, ଖଲ୍ଲିକୋଟ ବିଧାୟିକା ପାର୍ଥୀ ଭାରତୀ ବେହେରା, ପ୍ରବାସ ଯୋଜନା ସଂଯୋଜକ ତଥା ଖଲ୍ଲିକୋଟ ବରିଷ୍ଟ ବିଜେପି ନେତା ଅନିଲ କୁମାର ପଣ୍ଡା,ଘୁମୁସର ଜିଲ୍ଲା ବିଜେପି ସମ୍ପାଦଜ ଯଜ୍ଞ ନାରାୟଣ ଦାଶ, ଖଲ୍ଲିକୋଟ ମଣ୍ଡଳ ସଭାପତି ଶଙ୍କର ପ୍ରସାଦ ନାହକ, ପ୍ରମୁଖ ମଞ୍ଚାସିନ ଥିଲେ

| ମୋଦିଙ୍କ 9ବର୍ଷ ର ଶାସନ କୁ ଲୋକଙ୍କ ଘର ପାଖରେ ପହଞ୍ଛାଇ ସେମାନଙ୍କର କିପରି ସୁବିଧା ହେବ ତାଉପରେ ମତ ବ୍ୟକ୍ତ କରିଥିଲେ | ଅନିତା ସୁଭଦର୍ଶିନୀ ବିଜେଡିର କୁଶାସନ ରେ ଲୋକମାନେ କିପରି ଅତ୍ୟାଚାରିତ, ଲାଂଛିତ, ଅପମାନିତ ହେଉଛନ୍ତି କହିଥିଲେ | ଆଗାମୀ ନିର୍ବାଚନ ରେ ବିଜେପି ଆସିଲେ ସବୁ ସୁବିଧା ହୋଉ ପାରିବ ବୋଲି ଅନ୍ୟମାନେ ମାତବ୍ୟକ୍ତ କରିଥିଲେ | ଏହାସହ ପ୍ରଦ୍ୟୁମ୍ନ ସାମନ୍ତରାୟ, ରାମଚନ୍ଦ୍ର ବୈଦ୍ୟ, ସହଯୋଗ କରିଥିଲେ |