You are currently viewing କାଳନ୍ଦି ସାମଲ ସମ୍ବଲପୁର ଜିଲ୍ଲା ବିଜେପି ର ନୂତନ ପ୍ରଭାରୀ, ଅନୁଗୁଳ ଜିଲ୍ଲା ବିଜେପି ତଥା ବିଭିନ୍ନ ମହଲ ରୁ ସ୍ୱାଗତ
କାଳନ୍ଦି ସାମଲ ସମ୍ବଲପୁର ଜିଲ୍ଲା ବିଜେପି ର ନୂତନ ପ୍ରଭାରୀ, ଅନୁଗୁଳ ଜିଲ୍ଲା ବିଜେପି ତଥା ବିଭିନ୍ନ ମହଲ ରୁ ସ୍ୱାଗତ

ତାଳଚେର / ଅନୁଗୁଳ 🙁 ଦିଲୀପ କୁମାର ଚୋପଦାର ) : ଅନୁଗୁଳ ଜିଲ୍ଲା ର ବରିଷ୍ଠ ବିଜେପି ନେତା ତଥା ବିଜେପି ର ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କୁ ସମ୍ବଲପୁର ଜିଲ୍ଲା ବିଜେପି ର ସାଙ୍ଗଠନିକ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି |ଏହା ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ତଥା ବିଭିନ୍ନ ମହଲ ରୁ ସ୍ୱାଗତ କରାଯାଇଛି | ପ୍ରକାଶ ଥାଉ କି ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଛାତ୍ରନେତା ଭାବେ ବହୁ ପଦପଦବୀ ରେ ଗୁରୁଦାୟିତ୍ୱ ତୁଲାଇ ତାଳଚେର କଲେଜ ଛାତ୍ର ସଂସଦ ର ସଭାପତି ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ | ପରେ ପରେ ବିଜେପି ର ବହୁ ପଦ ପଦବୀ ରେ ତଥା ୩ ଥର ରାଜ୍ୟ ସମ୍ପାଦକ, ଭଦ୍ରକ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ, ଭଦ୍ରକ ପାର୍ଲିଆମେଣ୍ଟ ନିର୍ବାଚନ ପ୍ରଭାରୀ, ରାଜ୍ୟ ଯୁବମୋର୍ଚ୍ଚା ପ୍ରଭାରୀ ରାଜ୍ୟ କୃଷକ ମୋର୍ଚ୍ଚା ପ୍ରଭାରୀ ରେ ରହି ତାଙ୍କ ପାରଦର୍ଶିତା ଦେଖାଇ ବିଜେପି ସଂଗଠନ କୁ ମଜବୁତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |ବର୍ତମାନ ଶ୍ରୀ ସାମଲ ଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବାରୁ କାର୍ଯ୍ୟକର୍ତ୍ତା ମାନଙ୍କ ତରଫରୁ ସ୍ୱାଗତ ସହିତ ଅଭିନନ୍ଦନ ର ସୁଅ ଛୁଟୁଛି | ରାଜ୍ୟ ବିଜେପି ପକ୍ଷରୁ ଆଜି ନାମ ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି | ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ ,ପ୍ରାକ୍ତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା ଟିମ ଶ୍ରୀ ସାମଲ ଙ୍କୁ ସ୍ୱାଗତ ଜଣାଇଛନ୍ତି |