ଦିଗପହଣ୍ଡି ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ଆଦିବାସୀ ଗ୍ରାମ ଗୁଡିକ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ lକେଉଁ ଗ୍ରାମରେ ବିଦ୍ୟୁତ ନାହିଁ ତ କେଉଁଠି ରାସ୍ତା, ବିଦ୍ୟାଳୟ, ନାହିଁ ଏବଂ କେଉଁଠି ବିପିଲ ଚାଉଳ ପାଇଁ ହିତାଧିକାରୀ ଙ୍କୁ 44କିମି ଅତି ଦୁର୍ଗମ ଅଞ୍ଚଳ ଅତିକ୍ରମ କରି ପଂଚାୟତ କାର୍ଯ୍ୟଳୟକୁ ଆସି ଚାଉଳ ନେବା ପାଇଁ 12ଘଣ୍ଟରୁ ଅଧିକ ସମୟ ଲାଗୁଛି lଏହି ଅଂଚଳରୁ 32ବର୍ଷରୁ ଅଧିକ ସମୟ ସୂର୍ଯ୍ୟ ନାରାୟଣ ପାତ୍ର ବିଧ୍ୟାୟକ ଏବଂ 20ବର୍ଷରୁ ଶାସନରେ ମନ୍ତ୍ରୀ ଥାଇ ମଧ୍ୟ ଆଜି ଦିଗପହଣ୍ଡି ଅଞ୍ଚଳରେ କୌଣସି ପ୍ରକାର ଆଖି ଦୂଷିଆ କାମହୋଇ ପାରିନାହିଁ କି ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି l ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ବହୁଦିନ ହେଲା ସମ୍ପର୍କରୁ ସମର୍ଥନ ଅଭିଯାନ ମାଧମରେ ଲୋକଙ୍କୁ ମିଶି ବହୁ ଗ୍ରାମକୁ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧମରେ ବହୁତ କାମ କରିଛନ୍ତି l
ଗତକାଲି କୁକୁଡାଖଣ୍ଡି ବ୍ଲକର ଆଦିବାସୀ ଅଞ୍ଚଳ ଖଣ୍ଡାଳ ବନ୍ଧ,ବାଣିଆ ମାରି, ମାଧୁରୀ, ଭାଲିଆ ଗୁଡା ଇତ୍ୟାଦି ଗ୍ରାମ ଯାଇ ଲୋକ ମାନେ କିପରି ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି ଦେଖିଥିଲେ lସେହିପରି ଗୋଚ୍ଛା ପଟା, ଦାଦୁରୁମା ଯାଇ ଥିବାରୁ ପ୍ରଶାସନ ଚାପରେ ଆସି ବିଡ଼ିଓଙ୍କ ନେତୃତ୍ୱରେ ଏକ ଟିମ ଯାଇ ବୁଲି କରି ପ୍ରତିଶୃତି ଦେଇ ଆସିଛନ୍ତି l ଯଦି ପ୍ରଶାସନ ଏବଂ ଶାସନ ଦିଗପହଣ୍ଡି ଏବଂ କୁକୁଡାଖଣ୍ଡି ଅଂଚଳର ଜନସାଧାରଣଙ୍କୁ ମୌଳିକ ସୁବିଧାରୁ ଯଦି ବଞ୍ଚିତ ରଖୁଛନ୍ତି ତାହା ହେଲେ ଆଗାମୀ ଦିନରେ ବହୁତ ବଡ ଗଣ ଆନ୍ଦୋଳନ ହେବ ଏବଂ ଯେଉଁଥିପାଇଁ ସରକାର ଏବଂ ପ୍ରଶାସନ ହିଁ ଦାୟି ରହିବେ ବୋଲି ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଚେତାବନୀ ଦେଇଛନ୍ତି lଏଥିରେ ସୂର୍ଯ୍ୟ ମଳିକ, ପ୍ରିୟଙ୍କା, ପ୍ରତିଭା, ତୁଳସୀ, ପ୍ରଶାନ୍ତ ମଳିକ, ମହେନ୍ଦ୍ର ମଳିକ, ଧର୍ମା ମଳିକ, କମଳାକାନ୍ତ ମଳିକ ସହଯୋଗ କରିଥିଲେ
ସିପ୍ରା ରାଣୀ ତ୍ରିପାଠୀ ଙ୍କ ରିପୋର୍ଟ

