ଆସିକା,୨୫/୨(ଶକ୍ତି ପ୍ରସାଦ କର) ଫେବ୍ରୁଆରି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ନୂତନ ଗୀତା ପାଠ ଶାଳା ନଳବଣ୍ଟା ଗ୍ରାମରେ ଉଦଘାଟିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ଵାଇଁ,ଆସ୍କା ବ୍ଲକ ଭାଇସ ଚେୟାରମ୍ଯାନଙ୍କ ପ୍ରତିନିଧି ମୋହନ ରାଓ ଦୋରା, ନଳ ବଣ୍ଟା ସରପଞ୍ଚ କିଶୋର ପ୍ରଧାନ, ସମିତି ସଭ୍ଯ କିରଣ ଭୂୟାଁ ଶିବ ଧ୍ଵଜା ଉତ୍ତୋଳନ କରିବା ସହ ଗୀତା ପାଠଶାଳାର ନବ ନିର୍ମିତ ଗୃହ ଉଦ୍ଘାଟନ କରିଥିଲେ l

ସତ୍ୟ ଶିବପିତା ଙ୍କ ଏହି ଗୀତା ପାଠ ଶାଳା ଅଞ୍ଚଳ ବାସୀଙ୍କୁ ସୁଖ ଶାନ୍ତି ର ବାସ୍ତବିକ ଅନୁଭୂତି ନିଶୁଳ୍କ ସହଜ ରାଜ ଯୋଗ ଅଭ୍ୟାସ ମାଧ୍ୟମରେ ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ l କାର୍ଯ୍ୟକ୍ରମ ଶେଷରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ, ସରପଞ୍ଚ କିଶୋର ପ୍ରଧାନ, ସମିତି ସଭ୍ଯ କିରଣ ଭୂୟାଁ ତଥା ଶତାଧିକ ଭଉଣୀ ଭାଇ ଶିବ ସନ୍ଦେଶ ଯାତ୍ରାରେ ନଳ ବଣ୍ଟା ଗ୍ରାମ ପରିକ୍ରମା କରିଥିଲେ l

