ସୋରଡ଼ା, ୨୪/୦୬, ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ପରିସରରେ ‘ବିକାଶ ଧାରା ଓଡ଼ିଶା ସାରା’ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ,ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ସୋରଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ଦୁଇବର୍ଷ ର ଉପଲବ୍ଧି ଉପରେ ସଚେତନତା ସୃଷ୍ଟି କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମ ରେସମସ୍ତ ଲାଇନ ଡିପାର୍ଟମେଣ୍ଟ ଯଥା ମିଶନ ଶକ୍ତି, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, କୃଷି,ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ବିଭାଗ ତରଫରୁ ସ୍ଟଲ ଲଗାଯାଇ ସମ୍ପର୍କିତ ବିଭାଗୀୟ ଯୋଜନା ଗୁଡିକ ଉପରେ ଲୋକଙ୍କୁ ପରିଚିତ କରାଇ ସେଥିରୁ ମିଳୁଥିବା ଉପାଦେୟତା ଉପରେ ଲୋକଙ୍କୁ ପରିଚିତ କରାଇ ଥିଲେ l

ଭାଜପା ସରକାର ସମୟ ରେ ସୋରଡ଼ା ପାଇ ଦୁଇ ବର୍ଷ ର ଉପଲବ୍ଧି ଉପରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରାୟ ୭୫ ଟି ଗ୍ରାମକୁ ରାସ୍ତା ନଥିବା ବେଳେ ଏହି ଦୁଇବର୍ଷ ରେ ପାଖାପାଖି ୬୫ ଗ୍ରାମ କୁ ରାସ୍ତା କରାଯାଇଛି ଶତାଧିକ ଅଙ୍ଗନବାଡି କେନ୍ଦ୍ର ର କାମ ସମ୍ପୂର୍ଣ କରି ହସ୍ତାନ୍ତର କରାଯାଇଛି l ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ଆର. ଡି. ରୋଡ଼ ରୁ ତିନୋଟି ର ସମ୍ପୂର୍ଣ ହୋଇଥିବା ବେଳେ ୭ ଟିର କାମ ଚାଲୁ ରହିଛି, ୧୫୫ ଟି ଫେବର ରୋଡ଼, ୩୮୫୦ ବାର୍ଦ୍ଧକ୍ୟ ଭତ୍ତା, ପାଖାପାଖି ତିନିହଜାର ନୁଆଁ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ସର୍ବୋପରି ସୋରଡ଼ା ବ୍ଳକରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ମିଳିଥିବା ଅନୁମତି ସୋରଡ଼ା ପାଇଁ ବଡ଼ ଉପଲବ୍ଧି ବୋଲି କହିଛନ୍ତି l

ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ରାଜ ସେନାପତି ସଂଯୋଜନା କରିଥିବା ବେଳେ ସମସ୍ତେ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଓ, ପ୍ରମୁଖ ସହଯୋଗ କରିଥିଲେ l

