You are currently viewing କେ. ବରିଡା ରେ ମହିଳା ଗ୍ରୁପ ଙ୍କ ମାଛ ଚାଷ ପ୍ରଦାନରେ ଅସହଯୋଗ ନେଇ ବିଡ଼ିଓ ଙ୍କ ଦାବିପତ୍ର ପ୍ରଦାନ
କେ. ବରିଡା ରେ ମହିଳା ଗ୍ରୁପ ଙ୍କ ମାଛ ଚାଷ ପ୍ରଦାନରେ ଅସହଯୋଗ ନେଇ ବିଡ଼ିଓ ଙ୍କ ଦାବିପତ୍ର ପ୍ରଦାନ

ବେଗୁନିଆପଡା ,‌ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି । ସେଥିମଧ୍ୟରୁ ସରକାରଙ୍କ ପୋଖରୀ ଲିଜ ନେଇ ମାଛ ଚାଷ କରିବା ବ୍ୟବସ୍ଥା ରହିଛି। ସେହିକ୍ରମ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କେ. ବରିଡା ପଂଚାୟତର ନିମିନା ଗ୍ରାମରେ ଦେଖାଦେଇଛି ଏକ ଅବ୍ୟବସ୍ଥା । ଏହି ଗ୍ରାମର ତ୍ରାହି ଅଚ୍ୟୁତ, ଧବଳେଶ୍ୱର ଓ ମା ତାରିଣୀ ସ୍ୱୟଂ ସହାୟକ ସଙ୍ଘ କୁ ମାଛ ଚାଷ ଏକ ବର୍ଷ ପାଇଁ ଲିଜ ନେଇଛନ୍ତି। ଏହି ପୋଖରୀକୁ ଉକ୍ତ ସଙ୍ଘ ନାମରେ ପାଞ୍ଚ ବର୍ଷୀୟୀ କରିବା ପାଇଁ ସରକାରଙ୍କ ନିୟମ ପ୍ରକାରେ ପଂଚାୟତ ରେ ରିଜୁଲେସନ କରାଯାଇଥିଲା ମଧ୍ୟ ସରପଞ୍ଚ ଏହାକୁ ମଞ୍ଜୁର କରୁନାହାନ୍ତି । ତେଣୁ କରି ଆଜି ଏହି ସଙ୍ଘର ସଦସ୍ୟ ମାନେ ବ୍ଲକ କୁ ଆସି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କୁ ଅଭିଯୋଗ ଦେଇଥିଲେ। ଏ ସମ୍ପର୍କ ରେ ଜି ପି ଇ ଓ ଙ୍କୁ ଯୋଗାଯୋଗ କରିବାକୁ ସେ କହିଲେ ଅଭିଯୋଗ ଆସିଛି। ସରପଞ୍ଚ ଙ୍କୁ ଡାକିଛୁ ଏ ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ନିୟଯିବ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।