ବେଲଲଗୁଣ୍ଠା -6/07/2023:-ଓଡିଶା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା )ଯୋଜନା ଅନ୍ତର୍ଗତ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ କରକାମଳରେ ଶୁଭ ଉଦଘାଟିତ ହୋଇଯାଇଛି | ବିଜ୍ଞାପିତ ଅଞ୍ଚଳ ପାରିଷଦ ବେଲଗୁଣ୍ଠା ତରଫରୁ ବ୍ଲକ ଭିସି ହଲ ସମେତ 13 ଟି ୱାର୍ଡ ରେ ବଡ ପରଦାରେ ଉଦଘାଟନ କାର୍ଯ୍ୟକ୍ରମ ସିଧା ପ୍ରସାରଣ କରାଯାଇଥିଲା | ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ରୁ ଶତାଧିକ ମହିଳା ଙ୍କ ସମେତ ବସ୍ତିବାସିନ୍ଦା ଏହି କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିଲେ | ରାଜ୍ୟ ସରକାର ଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ଜଳାଶୟ ଗୁଡିକର ନବୀକରଣ ଭଳି ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ବାସ୍ତବ ରେ ସ୍ୱାଗତ ଯୋଗ୍ୟ | ମିଶନ ଶକ୍ତି ଗୋଷ୍ଠୀଗୁଡିକର ତଦାରଖରେ ଏହି କାର୍ଯ୍ୟ ସମ୍ପାଦନ ନିଷ୍ପତି କୁ ବିଶେଷ କରି ମହିଳା ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି | ପରିଷଦର ନଗରପାଳ ଫିରୋଜ କୁମାର ସେଠି ଙ୍କ ନିର୍ଦ୍ଧେଶ କ୍ରମେ ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ଙ୍କ ତତ୍ୱାବଧାନ ଓ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ଙ୍କ ସଂଯୋଜନା ତଥା ମୁକ୍ତା ସଂଯୋଜକ ସରୋଜ ପଣ୍ଡା, କାର୍ଯ୍ୟକାରୀ ବିଶେଷଜ୍ଞ ମଙ୍ଗୁଳୁ ମୁନି ତଥା ହିସାବ ରକ୍ଷକ କ୍ଷୀରୋଦ ବେହେରା, ଗୋଷ୍ଠୀ ସଂଗଠିକା ଅଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ | ଏତଦ ବ୍ୟତୀତ ପାରିଷଦ ର ସମସ୍ତ ପାରିଷଦ ଆୟୋଜନର ଦାୟିତ୍ୱ ସମ୍ପାଦନ କରିଥିଲେ |
ରିପୋର୍ଟ -ଶିବରାମ ଚୌଧୁରୀ

