ଭୁବନେଶ୍ୱର , ୨୩/୧୧ -:- ରାଜ୍ୟ ବିଜେପି କାର୍ଯ୍ୟଳୟରେ ବୁଧବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ସାଧରଣ ସମ୍ପାଦକ ସାରଦା ଶତପଥୀ, ଯତୀନ ମହାନ୍ତି ଓ ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇ ପ୍ରବାସୀ ଓଡ଼ିଆ ସମାଜକୁ ମାର୍ଗ ଦର୍ଶନ କରିଥିଲେ । ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ ସୁରତର ପ୍ଲେଗ ସମୟରେ ଆମର ପ୍ରବାସୀ ଭାଇମାନେ ସବୁ ସୁରତ ଛାଡି ପଳିଆସିବା ଦ୍ୱାରା ସେଠାରେ ସୁତା କଳ ବନ୍ଦ ପଡିଯିବା ଯୋଗୁଁ ସେଠାରେ ଭାଳେଣି ପଡିଯାଇଥିଲା । କଳ କାରଖାନା ମାଲିକମାନେ ତତ୍କାଳୀନ କେନ୍ଦ୍ରୀୟ ବୟନ ଶିଳ୍ପ ମନ୍ତ୍ରୀ କାସିରାମ ରଣାଙ୍କ ନେତୃତ୍ୱରେ ଓଡିଶା ଆସି ଗଞ୍ଜାମ ଜିଲ୍ଲାର ଘର ଘର ବୁଲି ପ୍ରବାସୀଙ୍କୁ ସୁରତ ଯିବାକୁ ଅନୁରୋଧ କରିଥିଲେ । ତେଣୁ ଏଥିରୁ ଅନୁମାନ କରାଯାଏ ଯେ ଆମ ଓଡିଶା ଭାଇ ଭଉଣୀମାନେ କେତେ କର୍ମଠ ଏବଂ ନିଷ୍ଠାବାନ ହିସାବରେ କାମ କରି ଗୁଜରାତର ଅର୍ଥନୀତିକୁ ମଜବୁତ କରୁଛନ୍ତି ।

କିନ୍ତୁ ଦୁଃଖର କଥା ଓଡିଶା ସରକାର ଆଜି ପର୍ଯ୍ୟନ୍ତ ପ୍ରବାସୀଙ୍କୁ ତାଙ୍କର ଉପଯୁକ୍ତ ମାଧ୍ୟମରେ ବିନିଯୋଗ କରି ୪.୫୦ କୋଟି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିପାରିଲେ ନାହିଁ । ସେହିପରି କେନ୍ଦମନ୍ତ୍ରୀ ଶ୍ରୀ ଟୁଡୁ ଓଡ଼ିଆ ଲୋକ କିପରି ସାରା ଭାରତରେ ସୁନାମ ଅର୍ଜନ କରିଛନ୍ତି, ତା ଉପରେ ଆଲୋଚନା କରିଥିବା ବେଳେ ମାନସ ମହାନ୍ତି, ସାରଦା ଶତପଥୀ ସଙ୍ଗଠନାତ୍ମକ ବିଷୟରେ ଆଲୋକପାତ କରିଥିଲେ । ଯତୀନ ମହାନ୍ତି, ସଜନ ଶର୍ମା ମଧ୍ୟ ମାର୍ଗ ଦର୍ଶନ କରିଥିଲେ । ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ପାଢ଼ୀ ସଭାପତିତ୍ୱ କରି ପ୍ରବାସୀ କାର୍ଯ୍ୟକ୍ରମ କରିବାର ଉଦେଶ୍ୟ କହିଥିବାବେଳେ କିପରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାମାନ ଯୋଜନା କାର୍ଯ୍ୟକାରୀ ନକରିବା ଦ୍ୱାରା ପ୍ରବାସୀ ହଇରାଣ ହେଉଛନ୍ତି, ସେ ସମ୍ପର୍କରେ ଆଲୋକପାତ କରିବା ସହ ଏକ କୋଟି ପ୍ରବାସୀ ଏକ ହୋଇ ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ଏବଂ ଓଡିଶାର ପ୍ରଗତିକୁ ମଜବୁତ କରିବା ପାଇଁ ଦେଶର ମୁଖ୍ୟ ସେବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଆହୁରି ଶକ୍ତିଶାଳୀ କରି ଭାରତ କିପରି ବିଶ୍ୱ ଗୁରୁ ଆଡ଼କୁ ଗତି କରୁଛି ତାହାରୀ ଉପରେ ବକ୍ତବ୍ୟ ରଖିଥିଲେ । ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ନିଜ ସମାରୋପ ବକ୍ତବ୍ୟ ଦେଇ କହିଥିଲେ ଯେ ପ୍ରବାସୀ ଓଡ଼ିଆମାନେ ସଂଗଠିତ ହୋଇ ଓଡିଶାର ଅର୍ଥନୀତିକ ଓ ପ୍ରଗତି କ୍ଷେତ୍ରରେ କିପରି ସାମିଲ ହେବେ ତାହାରଏକ ବିସ୍ତୃତ ରୋଡ ମ୍ୟାପ ଉପରେ ଆଲୋକପତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୁରତ, ମୁମ୍ବାଇ, ଅହମଦାବାଦ, ଗାନ୍ଧୀ ନଗର, ଭାବ ନଗର, ବେଙ୍ଗୁଲୁରୁ, ଚେନାଇ,pune ବିଶାଖା ପାଟନମ ବହୁ ସହର ରୁ ପ୍ରତିନିଧିତ୍ୱ କରୁଥିଲେ.ବସନ୍ତ ମହାନ୍ତି, ରାଧାଶ୍ୟାମା ପଣ୍ଡା,ପୁଷ୍ପା ଞ୍ଜଳି ପାତ୍ର,ନିରଞ୍ଜନ ବେହେରା,ଗୋଲକ ମିଶ୍ର, ଶ୍ରୀକାନ୍ତ ରାଉତ, ଭାଗିରଥି ବେହେରା, ଜୋତି ରଞ୍ଜନ ନାୟକ,ଆଦିତ୍ୟ ପାଢ଼ୀ, ରଘୁନାଥ ଗୌଡ଼, ସିମାଞ୍ଚଳ ଶାସମାଲ, ମାଧବ ପାଢ଼ୀ, ଦେବଯାନୀ ସାହୁ, ରୁନୁ ମହାରଣା, ରବୀନ୍ଦ୍ର ଦାଶ ଭାସ୍କର ପ୍ରଧାନ, ରମା ନାୟକ କୃଷ୍ଣ ଶାସମାଲ ଦେବଯାନୀ ସାହୁ, ରୁନୁ ମହାରଣା, ସୁରଭି ପାଣିଗ୍ରାହୀ, ରାମଚନ୍ଦ୍ର ଦାସ କାର୍ଯ୍ୟ କ୍ରମକୁ ସଫଳ କରିବା ରେ ସହଯୋଗ କରିଥିଲେ l
