You are currently viewing ଅପହଞ୍ଚ ତେଲିମାଳ ଗାଁରେ ପହଞ୍ଚି ଲୋକକଂ ସମସ୍ଯା ବୁଝିଲେ ବିଜେପି ଯୁବମୋର୍ଚ୍ଚା ସଂପାଦକ
ଅପହଞ୍ଚ ତେଲିମାଳ ଗାଁରେ ପହଞ୍ଚି ଲୋକକଂ ସମସ୍ଯା ବୁଝିଲେ ବିଜେପି ଯୁବମୋର୍ଚ୍ଚା ସଂପାଦକ

କୋଦଳା (୨୦/୦୭ /୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର ଅପହଞ୍ଚ ଗ୍ରାମ ତେଲିମାଳ କୁ ଆଜି ବିଜେପି ଯୁବମୋର୍ଚ୍ଚା ସଂପାଦକ ଗସ୍ତ କରି ଲୋକକଂ ସମସ୍ଯା ବୁଝିଛନ୍ତି। ସୂଚନା ଅନୁସାରେ ତେଲିମାଳ ଗାଁ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଆଜି ବି ଏଠାରେ ବିକାଶ ଅପହଞ୍ଚ ହୋଇ ରହିଛି। ଗାଁରେ ଆଜି ଯାଏଁ ବିକାଶ ପହଞ୍ଚିପାରିନି। ଏହି ଗ୍ରାମର ଆଦିବାସୀ ମାନେ ଚାଉଳ ବଦଳରେ ବାଉଁଶ କରଢ଼, ସେରଙ୍ଗ କଳସିରେ ରୋଷେଇ କରି ଖାଉଛନ୍ତି। ଚାଉଳ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ୧୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଏହି ଗାଁ ଲୋକେ। ଛୋଟ ଗାଁ ହୋଇଥିବା ଯୋଗୁଁ ଅଙ୍ଗନୱାଡ଼ି, ବିଦ୍ୟାଳୟ ମଧ୍ୟ ନାହିଁ ଉକ୍ତ ଗ୍ରାମରେ। ଉକ୍ତ ଗ୍ରାମରେ ଏଭଳି ସ୍ଥିତିରେ ଲୋକେ ରହୁଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀ ଉକ୍ତ ଗ୍ରାମରେ ପହଞ୍ଚି ଲୋକକଂ ସହ ଆଲୋଚନା କରିଛନ୍ତି ।ଉକ୍ତ ଗ୍ରାମକୁ ମୌଳିକ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ପାଇଁ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀଙ୍କ ନିକଟରେ ଦାବି କରିଛନ୍ତି ଯୁବମୋର୍ଚ୍ଚା ସଭାପତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।