You are currently viewing ସରକାରୀ କାର୍ଯ୍ୟକର୍ମରେ ଅଣଦେଖା କରୁଛନ୍ତି ବିଡିଓ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ୩ ସରପଞ୍ଚ
ସରକାରୀ କାର୍ଯ୍ୟକର୍ମରେ ଅଣଦେଖା କରୁଛନ୍ତି ବିଡିଓ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ୩ ସରପଞ୍ଚ

କୋଦଳା (୧୮/୦୧/୨୦୨୪)
ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ। ଖୋଦ୍ ବିଜୁ ଜନତା ଦଳର ସରପଞ୍ଚ ଆଣିଲେ ଏଭଳି ଅଭିଯୋଗ। ଏପରିକି ସ୍ଥାନୀୟ ବିଧାୟିକା ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ। ବିଧାୟିକାଙ୍କ ଜାଣତରେ ସରପଞ୍ଚଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଖଣ୍ଡିଆନଈ ସରପଞ୍ଚ ପଂକଜ ସେଠୀ ଏଭଳି ଅଭିଯୋଗ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେବଳ ଖଣ୍ଡିଆନଈ ପଞ୍ଚାୟତ ନୂହେଁ, ତାଙ୍କ ସହ ଅଂଗାର ଗାଁ ସରପଞ୍ଚ ନୀଳେଦ୍ରି ସେଠୀ, କୁମ୍ଭାର ଗାଁ ସରପଞ୍ଚ ମଧ୍ୟ ସମାନ ଅଭିଯୋଗ ଜିଲ୍ଲାପାଳଙ୍କୁ କରିଥିବା ବେଳେ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁସାରେ ଖଣ୍ଡିଆନଈ ସରପଞ୍ଚ ଓ କୁମ୍ଭାର ଗାଁ ସରପଞ୍ଚ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ। ସେହିପରି ଅଗାଁର ଗାଁ ସରପଞ୍ଚ ସ୍ବାଧୀନ ଭାବେ ଜିତି ବିଜୁ ଜନତା ଦଳକୁ ସମର୍ଥନ କରୁଛନ୍ତି। ତେବେ ବିଧାୟିକା ଲତିକା ପ୍ରଧାନ ଓ ବେଗୁନିଆପଡ଼ା ବିଡିଓଙ୍କ ମିଲି ଭଗତ୍ ରେ ନିର୍ବାଚିତ ପ୍ରତିନିଧିଙ୍କୁ ଏଭଳି ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ପଞ୍ଚାୟତ ସମିତିର ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ କୌଣସି ଉର୍ନ୍ନତିକରଣ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । ପଞ୍ଚାୟତ ଏବଂ ପଂଚାୟତ ସମିତିର ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ଅଟକାଇ ରଖୁଛନ୍ତି | ଆମ୍ଭେ ବାରମ୍ଭାର ପଚାରିଲେ ସେ କିଛି ସନ୍ତୋଷ ଜନକ ଉତ୍ତର ଦେଇନାହାନ୍ତି | ପ୍ରକାଶ ଥାଉଳି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପ୍ରକଳ୍ପ ଗୁଡିକୁ ମଧ୍ୟ ଗ୍ରହଣ କରିଲେ ନାହିଁ | ଏମିତିକି ଜଗନ୍ନାଥ ଙ୍କ ଅର୍ପଣ ରଥ ଏବଂ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମରେ ଦାଇତ୍ବ ଦେଲେ ନାହିଁ | ଆମ୍ଭେ ହରିଜନ ଜାତିର ସରପଞ୍ଚ ହୋଇଥିବାରୁ ଆମ୍ଭ ପ୍ରତି ଅନ୍ୟାୟ କରାଯାଉଛି | ଏହା ପଂଚାୟତି ରାଜ ବ୍ୟବସ୍ଥାରେ ଥିବା କ୍ଷମତାକୁ ସମ୍ପୂର୍ଣ ରୂପେ କ୍ଷୁର୍ଣ୍ଣ କରାଯାଇଛି | ପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟକର୍ମ କୁ ସଂମ୍ମାନ ଜଣାଇ ଆମର ସମର୍ଥକ ମାନଙ୍କୁ ନିରବ ରଖେଇଲୁ | ଭବିଷ୍ୟତରେ ଆମପ୍ରତି ଅନ୍ୟାୟ କରାଗଲେ ଆମେ ରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସେମାନେ ଗଣମାଧ୍ୟମ କୁ କହିଛନ୍ତି ।ତେବେ ଏନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।