ଦିଗପହଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ଯେତିକି ପାଖେଇ ଆସୁଛି ପଚାର ମୈଦାନ ରେ ସେତିକି ଜୋର ଧରିଛି ଦିଗପହଣ୍ଡି ବ୍ଲକ ବିଭିନ୍ନ ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାଥୀ ଶ୍ରୀ ଯୁକ୍ତ ବିପ୍ଳବ ପାତ୍ର ଙ୍କ ନେତୃତ୍ଵରେ ଆୟୋଜିତ ଏହି ଘରକୁ ଘର ଭୋଟ ଭିକ୍ଷା ଅଭିଯାନ ହୋଇଯାଇ ଛି ପଞ୍ଚାୟତର ଯୁବବର୍ଗଙ୍କୁ ମାନଙ୍କୁ ନେଇ l

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟିକ ଙ୍କୁ ୬ଷ୍ଠ ଥର ପାଇଁ ଜିତାଇ ଆଣିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହାସହ ପଞ୍ଚାୟତ ତଥା ସମଗ୍ର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଉନ୍ନତିକୁ ଦ୍ଵିଗୁଣିତ କରିବା ପାଇଁ ଆପଣଙ୍କ ପରିଚିତ ବିଧାୟିକ ପ୍ରାଥି ବିପ୍ଳବ ପାତ୍ର ଙ୍କୁ ଗୋଟିଏ ଥର ଶଙ୍ଖ ଚିହ୍ନରେ ବଟନ୍ ଦବାଇ ଭୋଟ ଦେବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହି ଉକ୍ତ କାର୍ଯ୍ୟକ୍ରମରେ ଆମ ଓଡ଼ିଶା ନବୀନ ଓଡ଼ିଶାର ସମସ୍ତ ବିଜେଡ଼ିର ବରିଷ୍ଠ ନେତୃ ବୃନ୍ଦ୍ ଉପସ୍ଥିତ ରହିଥିଲେ।ଓ ଗୋକଣ୍ଣପୁର ନରସିଂହପୁର, ଲାଡୀଗାଁ ପିତାମ୍ବରପୁର ଅନଙ୍ଗପୁର ଇତ୍ୟାଦି ଗ୍ରାମରେ ପରିକ୍ରମା କରିଥିଲେ ଏବଂ ଶହ ଶହ ବିଜୁ ପ୍ରେମୀ ତାଙ୍କ ସହ ଯୋଗ ଦେଇଥିଲେ ଏବଂ ପ୍ରତେକ ଗ୍ରାମରେ ବିପ୍ଲବ ପାତ୍ରଙ୍କୁ ପୁଷ୍ପ ମାଳ ଦେଇ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବିପ୍ଲବ ପାତ୍ର ଭୋଟ ବିକ୍ଷା କରିଥିଲେ ଓ ପ୍ରଚାରକୁ ଜୋରଦାର ଭାବେ ଆଗକୁ ବଢ଼ାଇ ଥିଲେ

