You are currently viewing ବେଗୁନିଆପଡା ବ୍ଲକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଭରଚୁଆଲ ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବେଗୁନିଆପଡା ବ୍ଲକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଭରଚୁଆଲ ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାରେ ଗୁରୁବାର ଦିନ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଭରଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ସେହିକ୍ରମରେ ବେଗୁନିଆପଡା ବ୍ଲକ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତିଭୂମି ସୁଦୃଢ ହୋଇପାରିଛି ବୋଲି କହିଥିଲେ। ବେଗୁନିଆପଡା ବ୍ଲକ ଅଂଚଳର ସମସ୍ତ ଗ୍ରାମ ପଞ୍ଚାୟତ ର ଉନ୍ନତିକରଣ ନିମନ୍ତେ 508 ଟି ପ୍ରକଳ୍ପ ପାଇଁ 21 କୋଟି ପଚାଶ ଲକ୍ଷ ଟଙ୍କାର ମଂଜୁର ହୋଇଥିବା ଜଣାପଡିଛି ।କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ସୁକାନ୍ତ କୁମାର ମିଶ୍ର,ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, କୋଦଳା ତହସିଲଦାର ସସ୍ମିତା ଶତପଥୀ, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନଙ୍କ ସମେତ ବହୁ ଜନ ପ୍ରତିନିଧି ସରକାରୀ କର୍ମଚାରୀ ଓ ମହିଳା ଯୋଗ ଦେଇଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।