You are currently viewing ତାରା ତାରିଣୀ ହେଲିପେଡ ଗ୍ରାଉଣ୍ଡରେ ମିଶନଶକ୍ତି ମହିଳା ଗ୍ରୁପକୁ ସମ୍ବୋଧନ କଲେ 5t ସଚିବ
ତାରା ତାରିଣୀ ହେଲିପେଡ ଗ୍ରାଉଣ୍ଡରେ ମିଶନଶକ୍ତି ମହିଳା ଗ୍ରୁପକୁ ସମ୍ବୋଧନ କଲେ 5t ସଚିବ

ଆଜି ଗଞ୍ଜାମ ଗସ୍ତ ରେ ମୁଖ୍ୟ ଶାସନ ସଚିବ ତାରାତାରିଣୀ ହେଲିପେଡ ଗ୍ରାଉଣ୍ଡରେ ଅପରାହ୍ନ 3ଘଣ୍ଟ 20ମିନଟ ରେ 5ଟି ସଚିବ ତାରା ତାରିଣୀ ହେଲିପେଡ ଗ୍ରାଉଣ୍ଡ ରେ ହେଲିକେପଟରରେ ଅବତରଣ କରି ଉପସ୍ଥିତ ଥିବା ପ୍ରାୟ 15 ହଜାର ମିଶନଶକ୍ତି ମହିଳା ଗ୍ରୁପ,ଭି. କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ସ୍ୱାଗତ କରି ହୁଳହୁଳି ଦେଇଥିଲେ |

ପାଣ୍ଡିଆନ ମଧ୍ୟ ହେଲିପେଡ ରୁ ଚାଲିଚାଲି ଆସି ଗ୍ରୁପ ମହିଳା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ | ସଭା ମଞ୍ଚରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଏହି ମହିଳାଙ୍କ ପାଇଁ କିଛି କରିବାର ସ୍ବପ୍ନ ନେଇ ଏହି ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ସ୍ୱାବଲମୀ ଓ ସ୍ୱରୋଜଗାର ର ମାର୍ଗ ଦେଖାଇଥିଲେ |।

ହାତବାନ୍ଧି ଘର କୋଣରେ ବସିଥିବା ମହିଳା ମାନେ ଆଜିର ଦିନରେ ଚଳ ଚଞ୍ଚଳ ହୋଇ ପାରିଛନ୍ତି କେବଳ ମୁଖ୍ୟମନ୍ତ୍ରୀ ଙ୍କ ଯୋଗୁଁ | ଆଗାମୀ ଦିନରେ ଯେଉଁ ସ୍ଥାନରେ ମିଶନ ଶକ୍ତି ଗୃହ ହୋଇନାହିଁ ସେଠାରେ ତୁରନ୍ତ ଗୃହ କରିବାକୁ ସେ ବିଡ଼ିଓଙ୍କ ସହିତ କଥାହେବେ ବୋଲି ପ୍ରତିଶୃତି ଦେଲେ,| ଆଗାମୀ ଦିନରେ ସବୁ ମହିଳା ଗ୍ରୁପ ଙ୍କୁ ସରକାର ସବୁପ୍ରକାର ସୁବନ୍ଦୋବସ୍ତ କରିବେ ବୋଲି କହିଥିଲେ
ଏହାପରେ ତାରାତାରିଣୀ ମନ୍ଦିର ଯାଇ ମାଙ୍କୁ ଦର୍ଶନ କରି ତାଙ୍କର ଆଶିଷ ଭିକ୍ଷା କରିଥିଲେ | ଏବଂ ମନ୍ଦିର ର ଉର୍ନତି କାମ ସହିତ ସ୍ଥାନୀୟ ଜନ ସାଧାରଣଙ୍କ ତାରା ତାରିଣୀ ଠାରୁ ଋଷିକୁଲ୍ୟା ନଈ ଆରପାଖ ହାଣ୍ଡିଘର ପର୍ଯ୍ୟନ୍ତ ସଂଯୋଗୀ କରଣ ନେଇ ଦାବିପତ୍ର ଦେଇ ଯେଉଁ ସେତୁ ଆରମ୍ଭ ହୋଇ ସା ରିଛି ତାହାକୁ ମଧ୍ୟ ପାହାଡ଼ ଉପରୁ ଦେଖିଥିଲେ, ଏବଂ ପାର୍କ ସହିତ ଅନ୍ୟାନ୍ୟ ରାସ୍ତା, ଗମନା ଗମନ ପର୍ଯ୍ୟଟନ ର ବିକାଶ ପାଇଁ ଯେଉଁସବୁ କାର୍ଯ୍ୟ ଏବଂ ପାହାଡ଼ ଉପରେ ପାର୍କିଙ୍ଗ, ଏବଂ ଅନ୍ୟ କାର୍ଯ୍ୟକୁ ତୁରନ୍ତ ସାରିବାକୁ ବିଭାଗୀୟ ଏସି, ନିର୍ବାହୀ ଯନ୍ତ୍ରୀ ଙ୍କୁ ତାଗିଦ କରି ଫେରିଥିଲେ |

ତାଙ୍କର ଗ୍ରସ୍ତ ପାଇଁ ପୁରୁଷୋତ୍ତମପୁର ଥାନା ର ଏସ୍ଡ଼ିପିଓ,ଆଇ. ଆଇ. ଆଇ.ସି.ଙ୍କସହିତ ଷ୍ଟାଫ ଗଞ୍ଜାମ ଏସପି, ବ୍ରହ୍ମପୁର ଏସପି, ଛତ୍ରପୁର ସବଡ଼ିଭିଜନ ତହସିଲଦାର, ବିଡ଼ିଓ ମାନେ ଏବଂ ସମସ୍ତ ଲାଇନ ବିଭାଗ ର ଅଧିକାରୀ ମାନେ ଛତ୍ରପୁର ଉପଜିଲ୍ଲାପାଳ, ସବୁ ଥାନାର ଆଇ.ଆଇ.ସି, ଡ଼ିଏସପି, ଫାୟାର, PWD ଷ୍ଟାଫ ଓ ସବୁ ବିଭାଗ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ |ଶେଷରେ ଶାନ୍ତି ଶୃଙ୍ଖଳା ର ସହିତ ପୋଗ୍ରାମ ର ଅନ୍ତ ଘଟିଥିଲା

ରିପୋର୍ଟ ପ୍ରସନ୍ନ କୁମାର ଦାସ