You are currently viewing ବେଗୁନିଆପଡ଼ା ବ୍ଳକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ।
ବେଗୁନିଆପଡ଼ା ବ୍ଳକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ।

ବେଗୁନିଆପଡ଼ା
ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ କିଶୋର ଦାସ ଓ ଶ୍ରମ ଓ ବୀମା କର୍ମଚାରୀ ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ (ସ୍ବଧୀନ) ବୁଧବାର ବେଗୁନିଆପଡ଼ା ବ୍ଳକ ଗସ୍ତ କରିଛନ୍ତି। ଉଭୟ ମନ୍ତ୍ରୀ ବ୍ଲକ ପରିସରରେ ପହଞ୍ଚିବା ପରେ ମିଶନ୍ ଶକ୍ତି ମହିଳା, ବିଜୁ ଜନତା ଦଳର ନେତା ଓ କର୍ମୀ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।

ଏହାପରେ ବ୍ଲକ ପରିସରରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଅତିରିକ୍ତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର କରିଥିଲେ। ତାପରେ ଉଭୟ ମନ୍ତ୍ରୀ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏହି ଅଞ୍ଚଳ ପାଇଁ ଏକ ମହାପରାୟଣ ଯାନର ଲୋକାର୍ପଣ କରିଥିଲେ ଏବଂ କୋଦଳା ବିଜ୍ଞାପିତ ଅଂଚଳ ପରିଷଦରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ୨ ମନ୍ତ୍ରୀଙ୍କ ସମେତ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବହୁ ବିଜେଡି ନେତା, ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟି ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଥିବା ବେଳେ ଏଠାରେ ଆବଶ୍ୟକ ସଂଖ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଏନେଇ ମନ୍ତ୍ରୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଅଞ୍ଚଳକୁ ଆସି ମନ୍ତ୍ରୀ ନବ ଦାସ ଖୁସି ଥିବା କହିଥିବା ବେଳେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଗୁଡିଏ ଯୁଗାନ୍ତକାରୀ ପଦକ୍ଷେପ ନେଉଥିବା ସେ ତାଙ୍କ ଅଭିଭାଷଣରେ କହିଛନ୍ତି। ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଇନ୍ ଚାର୍ଜର ଆଦିତ୍ୟ ପ୍ରସାଦ ସାହୁ, ବିପିଏମ୍ ଗଣେଶ ନାୟକ, ମିଶନ୍ ଶକ୍ତିର ଦିଲ୍ଲୀପ ବେହେରା, ଦେବରାଜ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟଆଇ ଜେ ବି ନିୟୁଜ।