You are currently viewing ଚାଲି ଚାଲି ଘର କୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସାକା ସୁଜିତ
ଚାଲି ଚାଲି ଘର କୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସାକା ସୁଜିତ

ଦିଗପହଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରଚାର ମୈଦାନ ଜୋର ଧରୁଛି କୁକୁଡାଖଣ୍ଡି ବ୍ଲକ ବିଭିନ୍ନ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାଥୀ ଶ୍ରୀ ଯୁକ୍ତ ସାକା ସୁଜିତ ଙ୍କ ନେତୃତ୍ଵରେ ଆୟୋଜିତ ଏହି ଘରକୁ ଘର ଭୋଟ ଭିକ୍ଷା ଅଭିଯାନ ହୋଇଯାଇ ଛି ପଞ୍ଚାୟତର ଶତାଧିକ ଯୁବବର୍ଗଙ୍କୁ ମାନ ଙ୍କୁ ନେଇ l ପଞ୍ଚାୟତ ତଥା ସମଗ୍ର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଉନ୍ନତି କରିବା ପାଇଁ ଆପଣଙ୍କ ପରିଚିତ କଂଗ୍ରେସ ବିଧାୟିକପ୍ରାଥି ସାକା ସୁଜିତ ଙ୍କୁ ଗୋଟିଏ ଥର ହାତ ଚିହ୍ନରେ ବଟନ୍ ଦବାଇ ଭୋଟ ଦେବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।


ଏହି ଉକ୍ତ କାର୍ଯ୍ୟକ୍ରମ ସମସ୍ତ କଂଗ୍ରେସ ବରିଷ୍ଠ ନେତୃ ବୃନ୍ଦ୍ ଉପସ୍ଥିତ ରହିଥିଲେ।ଘାଟିକାଳୁଆ ମନ୍ଦିର କଙ୍କିଆ,ଟାମଣା, ପୁରୁଣା ପାଟଣା ଜୁଗୁଡ଼ି ଚନ୍ଦନ ପୁର, ବାଘଲଟି, କୁମାର ପୁର ଶିହାଳ, ସିଙ୍ଗାବାଡି ବି ମୋନହରା ଜି ମୋନହରା ବଡ଼କୁସୁମୀ, ସାନକୁସୁମୀ ଓ ଇତ୍ୟାଦି ଗ୍ରାମରେ ପରିକ୍ରମା କରିଥିଲେ ଏବଂ ଶହ ଶହ କଂଗ୍ରେସ ପ୍ରେମୀ ତାଙ୍କ ସହ ଯୋଗ ଦେଇଥିଲେ ଏବଂ ପ୍ରତେକ ଗ୍ରାମରେ ସାକା ସୁଜିତ ଙ୍କୁ ପୁଷ୍ପ ମାଳ ଦେଇ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସାକା ସୁଜିତ ଚାଲି ଚାଲି ଘର କୁ ଘର ବୁଲି ଭୋଟ ବିକ୍ଷା କରିଥିଲେ ଓ ପ୍ରଚାର ମୈଦାନ ଜୋର ଦାର ହୋଇଥିବା ଦେଖିବାକୁ ମଲିଥିଲା