(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ବେଗୁନିଆପଡା ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସାନମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ରେଣୁ ଗୌଡ଼ ଯୋଗ ଦେଇ ଥିବା ବେଳେ ରିଶୋଷ ପର୍ଶନ ଜିଲ୍ଲା ଶିଶୁ ସୁରକ୍ଷା ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, ଜିଲ୍ଲା ପ୍ରଶିକ୍ଷକ ଅଳକା ସାହୁ, ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଯୋଗ ଦେଇ ଆଜି କାଲି ସମାଜରେ ଘଟୁଥିବା କନ୍ୟା ଭୃଣ ହତ୍ୟା କୁ କିପରି ରୋକାବା ସହ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି, ନିରାପତ୍ତା ଏବଂ ବଞ୍ଚି ରହିବା ସୁନିଶ୍ଚିତ କରିବା,ସ୍କୁଲ କୁ ଯିବା, ନିର୍ଭିକ ଭାବେ ମତ ପ୍ରକାଶ କରିବା, ଏଥି ପାଇଁ ଥିବା ଆଇନ ଓ ଏହାକୁ ପ୍ରତିବାଦ ପାଇଁ ନିଜସ୍ୱ ଉପାୟ, ସମ୍ପର୍କୀୟ ଙ୍କ ସହଯୋଗ, ଶେଷରେ ସରକାରଙ୍କ ସହଯୋଗ ପାଇଁ କଣ ବ୍ୟବସ୍ଥା ରହିଛି ସେ ଉପରେ ଆଲୋଚନା କରାଯାଇଥିଲା ! ଏଥିରେ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ମାନେ ଥିଲେ !
