You are currently viewing ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ
ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ପୁରୀ,୧୦/୫ : ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁଭେନ୍ଦୁ ଅଧିକାରୀ ଙ୍କୁ ଶ୍ରୀମନ୍ଦିର ଦଇତାପତି ଭବାନୀ ଦାସ ମହାପାତ୍ରଙ୍କ କୋଳକୋତାରେ ସାକ୍ଷାତ କରି ମହାପ୍ରଭୁ ଙ୍କ ଅଙ୍ଗବସ୍ତ୍ର,ପୁଷ୍ପ ଓ ଭୋଗ ଆଦି ପ୍ରଦାନ କରିଛନ୍ତି l ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କୁ ସଫଳତା ମିଳିଥିବା ନେଇ ଦଇତାପତି ଭବାନୀ ଦାସ ମହାପାତ୍ର କହିଛନ୍ତି | ଏହି ଅବସରରେ ଦଇତାପତି ଶ୍ରୀ ଦାସ ମହାପାତ୍ର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ଓ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ମହାଯଂଜ୍ଞ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା l କୋଲକୋତାରେ ଶୁଭେନ୍ଦୁ ଅଧିକାରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ । କୋଲକୋତାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ମହାଯଂଜ୍ଞ କରିଥିଲେ ଯୁବ ଦଇତାପତି ଭବାନୀ ଦାସ ମହାପାତ୍ର। ପୂର୍ବରୁ ଓଡ଼ିଶାରେ ବିଜେପିର ବିପୁଳ ବିଜୟୀ ପାଇଁ ମହାପ୍ରଭୁଙ୍କ ମାଳ, ମାହାର୍ଦ, ଧ୍ବଜା,ଭୋଗ, ନେଇ ଶ୍ରୀ ମହାପାତ୍ର ବିଜୟୀ ଶୋଭାଯାତ୍ରା କରି ସମଗ୍ର ରାଜ୍ୟ ବୁଲିଥିଲେ l ତାହା ଓଡ଼ିଶାରେ ସଫଳ ହୋଇଥିଲା l ବିଜେପି ବିପୁଳ ସଂଖ୍ୟାରେ ବିଜୟୀ ହୋଇ ସରକାର ଗଠନ କରିଥିଲା l