You are currently viewing ୪୨ ମୌଜା ରଥ ଯାତ୍ରାରେ ଯୋଗଦେଲେ ବିଧାୟକ ।
୪୨ ମୌଜା ରଥ ଯାତ୍ରାରେ ଯୋଗଦେଲେ ବିଧାୟକ ।

କଟକ : ପବିତ୍ର ରଥଯାତ୍ରା ଅବସରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ୪୨ ମୌଜାର ଧୂଳିସ୍ଵର ଶ୍ରୀ ଜଗନ୍ନାଥ ମନ୍ଦିରରୁ ବନ୍ତୁଣିଆ ମାଉସୀ ମା ମନ୍ଦିରକୁ ଆସିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବନ୍ତୁଣିଆ ଗ୍ରାମରେ ପହଂଚି ଦର୍ଶନ କରିବା ସହ ସଦର ବାସୀଙ୍କ ମଙ୍ଗଳ କାମନା ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମରେ ଯୋଗଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସଭାପତି ଇଞ୍ଜିନିୟର ଅଶୋକ କୁମାର ବିଶ୍ଵାଳ,ସମ୍ପାଦକ ବିନୋଦ ବେହେରା,ମହାନ୍ତ ହୃଦାନନ୍ଦ ବିଶ୍ଵାଳ,କୋଷାଧ୍ୟକ୍ଷ ଚିତରଞ୍ଜନ ବିଶ୍ଵାଳ,ବୈକୁଣ୍ଠନାଥ ବିଶ୍ଵାଳ, ଅଭିରାମ ଦଳାଇ,ସୁରେନ୍ଦ୍ର ନାଥ ସେନାପତି,ଘନଶ୍ୟାମ ମଲ୍ଲିକ, ରମେଶ ଚନ୍ଦ୍ର ମଲ୍ଲିକ,ନିରଞ୍ଜନ ସେନାପତି,ଶୁଭ ନ୍ୟାସ ମହାନ୍ତି,ଗାନ୍ଧି ଗୁରୁ ଦାସ,ଶିବ ବିଶ୍ଵାଳ,ନାରାୟଣ ସେଠୀ,ଜ୍ୟୋତି ରଞ୍ଜନ ଶାସନୀ,ରଶ୍ମିରଞ୍ଜନ ଶାସନୀ ପ୍ରମୁଖଙ୍କ ସହ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାର ଭକ୍ତ ତଥା ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।