You are currently viewing କୋଦଳା ଅଧ୍ୟକ୍ଷ ଙ୍କ ଇନାମ ବେଳପଡା ଗସ୍ତ
କୋଦଳା ଅଧ୍ୟକ୍ଷ ଙ୍କ ଇନାମ ବେଳପଡା ଗସ୍ତ

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ଅନ୍ତର୍ଗତ ଇନାମ ବେଳପଡା ଗସ୍ତ କରିଛନ୍ତି କୋଦଳା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ।ତାଙ୍କୁ ବିଦ୍ୟାଳୟ ନିକଟରୁ ସ୍ୱାଗତ ସମ୍ବର୍ଦ୍ଧନା କରି ଗ୍ରାମ ମନ୍ଦିର ନିକଟକୁ ନେଇଥିଲେ, ଆଗକୁ ଥିବା ଯଜ୍ଞ ଉପରେ ଏବଂ ଗ୍ରାମର ସମସ୍ୟା ଉପରେ ପଚାରି ବୁଝିବା ସହ ଗ୍ରାମର ଅନ୍ୟ ଏକ ଶିବ ମନ୍ଦିରକୁ ମଧ୍ୟ ଗ୍ରସ୍ତ କରିଥିଲେ।ଏତତ ବ୍ୟତୀତ ଗ୍ରାମରେ ଆଉ କେଉଁ ସମସ୍ୟା ସବୁ ଅଛି ପଚାରିବା ସହ ଯଜ୍ଞ ସମୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।କିଭଳି ଶାନ୍ତି ଶୃଙ୍ଖଳା ସହିତ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ହେବ ସେ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏଥିସହ ମୁଖ୍ୟ ପାନୀୟ ସମସ୍ୟା ଓ ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସହ,ଅନ୍ୟ କାଉନସିଲରଙ୍କ ସମେତ ସ୍ଥାନୀୟ କାଉନସିଲର ମଧୁସୂଦନ ଜେନା ଏବଂ ବିଜେପିର କିଛି ପୁରଖା କର୍ମୀ ଓ ସଦସ୍ୟ ଉପସ୍ଥିତ ଥିଲେ।