You are currently viewing ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉପରେ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ଉପସ୍ଥିତି ରେ ନେତା କର୍ମୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ |
ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉପରେ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ଉପସ୍ଥିତି ରେ ନେତା କର୍ମୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ |

-ପୁରୁଷୋତ୍ତମପୁର ସହର ସ୍ଥିତ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ପରିସରରେ ଆଜି ବିଜେଡିର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶୁଭ୍ରାଣୁ ଶେଖର ସାବତ ଙ୍କ ସଂଯୋଜନା ରେ ଆମ ଓଡିଶା ନବୀନ ଓଡିଶା ଉପରେ ଏକ ବୈଠକ ଅନୁଷ୍ଠିତ ହୋଉଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଯୋଗ ଦେଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ତଥା ପୁରୁଷୋତ୍ତମପୁର ବ୍ଲକର 15 ଗୋଟି ପଞ୍ଚାୟତ ର ପ୍ରତି ପଞ୍ଚାୟତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପ୍ରଦତ୍ତ 50ଲକ୍ଷ ଟଙ୍କା ର ବିଭିର୍ଣ୍ଣ ବହୁବିଧକାର୍ଯ୍ୟ ର ଉପଯୋଗ କରିବା ନେଇ କର୍ମୀ, ନେତା ଙ୍କ ସହ 15 ଗୋଟି ପଞ୍ଚାୟତ ସବୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନଙ୍କୁ ବୁଝାଇ ଥିଲେ |

ଏହି ବୈଠକ ବ୍ଳକ ବିଜେଡି ର ସଭାପତି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ ଥିଲା | ଏଥିରେ ଖଲ୍ଲିକୋଟ ବ୍ଳକ ଅଧକ୍ଷ ଦୈତାରୀ ବେହେରା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଦିଗାମ୍ବର ପାଣିଗ୍ରାହୀ, 36ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା, ବରିଷ୍ଟ ବିଜେଡି ନେତା ପୁର୍ଣଚନ୍ଦ୍ର ଦାଶ, ଯୁବ ନେତା ସ୍ୱରାଜ୍ୟ ପାଣିଗ୍ରାହୀ, ସନ୍ତୋଷ କୁମାର ଦାଶ, ବରିଷ୍ଟ ଶିକ୍ଷାବିତ ନରସିଂହ ପଣ୍ଡା, ଯୁବ ବିଜେଡି ସଭାପତି ନୀଳମଣି ପଣ୍ଡା, ବ୍ଳକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଗୌରୀ ରାଉଳ, ପ୍ରମୁଖ ମଞ୍ଚାସିନ ରହି ଆମ ଓଡିଶା ନବୀନ ଓଡିଶା ର କାର୍ଯ୍ୟକ୍ରମ ଉପରେ ବୁଝାଇ ଥିଲେ


ଓଡ଼ିଶାର ଜନସାଧାରଣଙ୍କ ସାମୁହିକ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଯୋଜନା କରିଛନ୍ତି । ତାହା ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା । ଆଉ ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନାକୁ କିଭଳି ଭାବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀର ପୁରୁଷୋତ୍ତମପୁରରେ କିଭଳି ଏହାକୁ ସଫଳ କରାଯିବ ସେ ନେଇ ଏକ ବୈଠକ ବିଧ୍ୟାୟିକା ସୂର୍ଯ୍ୟମଣୀ ବୈଦ୍ୟ ଙ୍କ ନେତୃତ୍ବରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏଭଳି ଏକ ଯୁଗାନ୍ତିକାରୀ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଯୋଗୁଁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ ।

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ପୁରୁଷୋତ୍ତମପୁର ବ୍ଲକର 15ଟି ପଞ୍ଚାୟତ ରହିଥିବା ବେଳେ ସମସ୍ତ ପଞ୍ଚାୟତରେ କିଭଳି ଭାବେ ୫୦ ଲକ୍ଷ ଟଙ୍କାରେ ସାମୁହିକ ଉନ୍ନତି ହୋଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ପ୍ରତି ପଞ୍ଚାୟତରେ ଯୁବପିଢ଼ି ଓ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଇଣ୍ଟରନେଟ ଓ ଓ୍ବାଇଫାଇ ସେବା, ପଞ୍ଚାୟତର ସମସ୍ତ ମନ୍ଦିରର ଉନ୍ନତି, କମ୍ୟୁନିଟି ସେଣ୍ଟର ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କିଭଳି ଏହି ଟଙ୍କା ଖର୍ଚ୍ଚ ହୋଇପରିବ ସେ ନେଇ ଆଲୋଚନା ହୋଇଥିଲା ।

ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ